ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରଙ୍କୁ ବିବାହ କଲେ ପିନାକୀ ମିଶ୍ର! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

Published By : Harapriya Biswal | June 5, 2025 4:06 PM

ନୂଆଦିଲ୍ଲୀ,୫।୬: ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କୁ ବିବାହ କଲେ ବିଜେଡିର ପୂର୍ବତନ ସାଂସଦ ପିନାକୀ ମିଶ୍ର । ଉଭୟ ନେତା ଜର୍ମାନୀରେ ବାହା ହେବା ନେଇ ଖବର ମିଳିଛି।  ଏନେଇ ଜାତୀୟ ଗଣମାଧ୍ୟମ ‘ଦ ଟେଲିଗ୍ରାଫ’ ରେ  ଏକ  ରିପୋର୍ଟ ପ୍ରକାଶ ପାଇଛି। ଦୁହେଁ ଗତ ମେ ୩୦ ତାରିଖରେ ଜର୍ମାନୀରେ ବିବାହ କରିଛନ୍ତି। ତେବେ ଏନେଇ ବିଧିବଦ୍ଧ ଭାବେ କିନ୍ତୁ କୌଣସି ଘୋଷଣା କରାଯାଇନି । 

ଉଭୟଙ୍କ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ମହୁଆ ଓ ପିନାକୀଙ୍କୁ ପାରମ୍ପାରିକ୍ ପୋଷାକରେ ଦେଖିବାକୁ ମିଳିଛି।  ଫଟୋରେ ଉଭୟ ପରସ୍ପରର ହାତ ଧରିଛନ୍ତି। ତେବେ ବିବାହ ବିଷୟରେ ଉଭୟଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ। ମହୁଆ ଏବଂ ପିନାକୀ ଉଭୟ ପୂର୍ବରୁ ବିବାହିତ। ମହୁଆ ପୂର୍ବରୁ ଦାନିଶଙ୍କୁ ବିବାହ କରିଥିଲେ । ହେଲେ ତାଙ୍କ ସହ ମହୁଆଙ୍କର ବିବାହ ବିଚ୍ଛେଦ ହୋଇଥିଲା ଏହାପରେ ୩ ବର୍ଷ ଧରି ସେ ଓକିଲ ଅନନ୍ତ ଦେହାଦରାଇଙ୍କ ସହ ମଧ୍ୟ ସମ୍ପର୍କରେ ଥିଲେ । ଅନ୍ୟପଟେ ପିନାକୀଙ୍କ ପ୍ରଥମ ବିବାହ ୧୯୮୫ରେ ସଙ୍ଗୀତା ମିଶ୍ରଙ୍କ ସହିତ ହୋଇଥିଲା। ସେମାନଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ମଧ୍ୟ ଅଛନ୍ତି।  ମହୁଆଙ୍କୁ ୫୦ ବର୍ଷ ହୋଇଥିବା ବେଳେ ପିନାକୀଙ୍କୁ ଏବେ ୬୫ ବର୍ଷ। ଉଭୟଙ୍କ ଦ୍ବିତୀୟ ବିବାହକୁ ନେଇ ବଢିଛି ଜୋରଦାର ଚର୍ଚ୍ଚା।

ମହୁଆଙ୍କ ପ୍ରଥମ କାର୍ଯ୍ୟକାଳ ବେଶ ବିବାଦୀୟ ଥିଲା। ତାଙ୍କ ଉପରେ ଟଙ୍କା ନେଇ ପ୍ରଶ୍ନ ପଚାରିବାର ଅଭିଯୋଗ ହୋଇଥିଲା। ମହୁଆ ‘କ୍ୟାସ ଫର୍‌ କ୍ୱେରୀ’ ମାମଲାରେ ଗମ୍ଭୀର ଭାବରେ ଫସିଥିଲେ। ତାଙ୍କର ଲୋକସଭା ସଦସ୍ୟତା ବାତିଲ କରାଯାଇଥିଲା, ଏହାପରେ ମହୁଆ ସୁପ୍ରିମକୋର୍ଟରେ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ମହୁଆଙ୍କ ଉପରେ ତାଙ୍କ ବନ୍ଧୁ ହିରାନନ୍ଦନୀଙ୍କ ସହ ସଂସଦ ଲଗଇନ ଆଇଡି ଏବଂ ପାସୱାର୍ଡ ସେୟାର କରିବାର ମଧ୍ୟ ଅଭିଯୋଗ ହୋଇଥିଲା। ମହୁଆ ଏବେ ତୃଣମୂଳ କଂଗ୍ରେସର ସାଂସଦ ରହିଛନ୍ତି । ଆଉ ଲଗାତାର ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ସେଭଳି ପିନାକୀ ବିଜୁ ଜନତା ଦଳରୁ ୪ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୬ ମସିହାରେ ପ୍ରଥମ କରି ସାଂସଦ ହେବା ପରେ, ୨୦୦୯, ୨୦୧୪ ଏବଂ ୨୦୧୯ରେ ପୁରୀରେ ସାଂସଦ ଥିଲେ । ପିନାକୀ ସେଣ୍ଟ ଷ୍ଟିଫେନ କଲେଜରୁ ହିଷ୍ଟ୍ରିରେ  ଗ୍ରାଜୁଏସନ୍ କରିବା ପରେ ଦିଲ୍ଲୀ ୟୁନିଭର୍ସିଟିରୁ ଲ’ କରିଥିଲେ। ପିନାକୀ ବିଜେଡିର ଜଣେ ବରିଷ୍ଠ ଓ ଟାଣୁଆ ନେତା ସହ ସୁପ୍ରିମକୋର୍ଟର ଜଣାଶୁଣା ଓକିଲ ଭାବରେ ମଧ୍ୟ ପରିଚିତ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.