ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଚିକିତ୍ସା ଅବହେଳାରୁ ମରିଗଲା ଦନ୍ତା

Published By : Suraj Kumar | June 9, 2025 10:59 PM

ଆନନ୍ଦପୁର,୯।୬ : ଶେଷରେ ଚାଲିଗଲା ତୀର ମାଡ଼ରେ  ଆହତ ଦନ୍ତା । ଉଚିତ୍ ସମୟରେ   ଚିକିତ୍ସା ଅଭାବରୁ ହାତୀ ମୃତ୍ଯୁ   ଘଟିଥିବା ଅଭିଯୋଗ ହୋଇଛି  । କେନ୍ଦୁଝର ବନ୍ଯାପ୍ରାଣୀ ବନଖଣ୍ଡ ଅଟେଇ ଜଙ୍ଗଲର ନୂଆପଡା ଗାଁ ନିକଟରେ  ଏହି ଘଟଣା ଦେଖିବାକୁ ମିଳିଛି। 

କେନ୍ଦୁଝର ବନ୍ଯାପ୍ରାଣୀ ବନଖଣ୍ଡ ଅଟେଇ ଜଙ୍ଗଲ ର ନୂଆପଡା ଗାଁ ନିକଟରେ  ୪ଦିନ ତଳେ ପ୍ରଥମେ ଗାଁ ଲୋକେ ତୀରମାଡ଼ରେ  ଆହତ ହାତୀ କୁ ଦେଖି ବନବିଭାଗ କୁ ଖବର କରିଥିଲେ  ସେହି ଦିନଠାରୁ ଉଭୟ କେନ୍ଦୁଝର ଓ ଆନନ୍ଦପୁର ଓ୍ବାଇଡ୍ ଲାଇଫ୍ ଡିଭିଜନ ର ଷ୍ଟାପ୍ ମାନେ ହାତୀ ଗତିବିଧି ଉପରେ ନଜର ରଖିଥିଲେ ମଧ୍ଯ କୌଣସି ଚିକିତ୍ସା କରିନଥିଲେ ।  ପ୍ରାୟ ୨୦-୩୦ ଦିନ ପୂର୍ବରୁ ତୀରମାଡରେ ଆହତ  ହାତୀଟି ଖା୍ଦ୍ଯ ପାନୀୟ ଗ୍ରହଣ ନକରି ଅତି ରୁଗ୍ଣ ହୋଇଯାଇଥିଲା । ସକାଳୁ କୋଳିମାଟି ନିକଟ   ମୂଶଳ ନଦୀ କୂଳରେ ହାତୀ କୁ ଟ୍ରାଙ୍କୁଲାଇଜ୍ କରାଯାଇ ଚକିତ୍ସା ଚାଲିଥିଲା  ହେଲେ ମଧ୍ଯାନ୍ନ ରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ଯୁ ଘଟିଛି ।  ହାତୀ ମୃତ୍ଯୁପାଇଁ ବନ ବାଭାଗକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ସେପଟେ ତୀର ମାଡ କରିଥିବା ବ୍ଯକ୍ତି କୁ ଚିହ୍ନଟ କରି ଆଇନ୍ ଅନୁସାରେ ପଦକ୍ଷପ ଗ୍ରହଣ ହେବ , କହିଛନ୍ତି ଆନନ୍ଦରୁର ଡିଏଫଓ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.