ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ବାଉରୀପଦା ପଞ୍ଚାୟତରେ ବିଜେପିର ସଂକଳ୍ପ ସମାବେଶ

Published By : Ladu Kishor | June 11, 2025 10:46 PM

କେନ୍ଦୁଝର ସଦର ୧୧/୬: ଭାରତୀୟ ଜନତା ପାର୍ଟି ପକ୍ଷରୁ ଆରମ୍ଭ ହୋଇଥିବା ସଙ୍କଳ୍ପ ସମାବେଶ ସଭା ଅବସରରେ କେନ୍ଦୁଝର ଜିଲ୍ଲା ସଦର ନିର୍ବାଚମଣ୍ଡଳୀର ରାଇସୁଆଁ ମଣ୍ଡଳ ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ ଠାରେ ମଣ୍ଡଳ ସଭାପତି ସମୀର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଂକଳ୍ପ ସମାବେଶ ସଭା ଆୟୋଜିତ ହୋଇଯାଇଛି। ସେବା ସୁଶାସନ  ଗରିବ କଲ୍ୟାଣକାରୀ ଯୋଜନା କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ଓଡିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉତ୍ସଵ ପାଳନ ଉପଲକ୍ଷେ ଏକ ସଭା ଆୟୋଜିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ଉପ ସଭାପତି ଗୋପୀନାଥ ରାମ ଯୋଗ ଦେଇ ସୁଭଦ୍ରା, ଆୟୁଷ୍ମାନ ଭାରତ, ଚାକିରୀ କ୍ଷେତ୍ରରେ ବୟସ ସୀମା ବୃଦ୍ଧି, ଚାଷୀଙ୍କୁ ୮ ଶହ ବୋନସ ଭଳି ୧୧ ଟି ଯୋଜନାର ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ସହିତ କଥା ଦେଇ କଥା ରଖିଲେ ମୋହନ ସରକାର ଏକ ବର୍ଷରେ ଅନେକ ପୂରଣ ହୋଇଛି। 

ଗତ ନିର୍ବାଚନ ସମୟରେ ବାଉରିପଦା ପଞ୍ଚାୟତ ଭାରତୀୟ ଜନତା ପାର୍ଟିକୁ ଅଧ୍ଭୂତ ସଫଳତା ଦେଇଛି । ବାଉରିପଦା ପଞ୍ଚାୟତ ବାସୀଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ରାମ। କାର୍ଯ୍ୟକ୍ରମରେ ସଦର ନିର୍ବାଚନ ମଣ୍ଡଳୀର ସଂଯୋଜକ ବିବେକାନନ୍ଦ ମହାନ୍ତ, ସଦର ବ୍ଲକ ମୁଖ୍ୟ ମନ୍ତ୍ରୀ ପ୍ରତିନିଧି ଧନୁର୍ଜୟ ମହାନ୍ତ, ସ୍ଥାନୀୟ ସରପଞ୍ଚ ବିନୋଦିନୀ ଦେହୁରୀ, ମହାଦେଇ ଯୋଡା ସରପଞ୍ଚ ରମେଶ ଚନ୍ଦ୍ର ମୁଣ୍ଡା, ମଣ୍ଡୁଆ ସମିତି ସଭ୍ୟା କିରଣଵାଳା ନାୟକ ସମେତ ଅନେକ ଆଗଧାଡିର ବିଜେପି ପଦାଧିକାରୀ ଉପସ୍ଥିତ ରହି ସଭାକୁ ସଫଳ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.