ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଚୋରି ବାଇକ୍ ସହ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପଡ଼ିଲା ମହଙ୍ଗା; ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

Published By : Anindita Ratha | June 8, 2025 11:59 AM

ଝାରପୋଖରିଆ,୦୮/୦୬: ଚୋରି ବାଇକ ସହ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପଡ଼ିଲା ମହଙ୍ଗା। ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ସୂଚନା ମୁତାବକ, ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଖଡିଆଶୋଳ ଗ୍ରାମର ଅଭିଷେକ ପାତ୍ରଙ୍କ ଗତ ଅପ୍ରେଲ ୫ ତାରିଖରେ ଘରୁ ବାଇକ୍ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ତେବେ ଉକ୍ତ ଚୋରା ବାଇକ୍ ସହ ବାରିପଦା ଶଙ୍ଖାଭଙ୍ଗାର ଦେବାଚାର୍ଯ୍ୟ ଘୋଷଙ୍କ ଇନଷ୍ଟାଗ୍ରାମ ପୋଷ୍ଟରୁ ପୁଲିସ ବାଇକ୍ ଚୋରି ଘଟଣାର ପର୍ଦାଫାସ କରିଛି।  ବାଇକ୍ ସହ ଦେବାଚାର୍ଯ୍ୟ ଘୋଷଙ୍କ ସୋସିଆଲ ମିଡିଆ ପୋଷ୍ଟ ତାଙ୍କୁ ମହଙ୍ଗା ପଡିଛି । 

ଦେବାଚାର୍ଯ୍ୟଙ୍କ ସହିତ ଏହି ଘଟଣାରେ ସମ୍ପୃକ୍ତିକୁ ଥିବା ୬ଜଣଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି । ସେମାନେ ହେଲେ ବାରିପଦା ବଜ୍ରତୁଣ୍ଡିର ଜଗନ୍ନାଥ ମହାନ୍ତ, ଦେଉଳ ସାହିର ସିଦ୍ଧେଶ୍ବର ବାରିକ, କୃଷ୍ଣଚନ୍ଦ୍ରପୁରର ଗୋପାଲ ମୁର୍ମୁ ଏବଂ ଦୁଇଭାଇ ଆକାଶ ଆଣ୍ଟୋନି ଓ ଲୋରେନ୍ସ ଆଣ୍ଟୋନି । ଘଟଣାକ୍ରମରେ ଜଗନ୍ନାଥ ମହାନ୍ତ ଓ ସିଦ୍ଧେଶ୍ବର ବାରିକ୍ ମିଶି ବାଇକକୁ ଚୋରି ପରେ ଦୁଇ ଆଣ୍ଟୋନି ଭାଇଙ୍କୁ ବିକ୍ରି କରିଥିଲେ । ପରେ ଏହି ବାଇକକୁ ଦେବାଚାର୍ଯ୍ୟ କିଣି ଥିଲେ । ଆଉ ସୋସିଆଲ ମିଡ଼ିଆରେ ଖୁସି ବ୍ୟକ୍ତ କରି ବାଇକ୍ ସହିତ ଏକ ପୋଷ୍ଟ କରିଥିଲେ । ତେବେ ଏହି ପୋଷ୍ଟ ତାଙ୍କୁ ମହଙ୍ଗା ପଡ଼ିଛି । ସେହିପରି ଗୋପାଲ ମୁର୍ମୁ ବାଇକକୁ ରିମଡେଲିଂ କରିବା ସହିତ ଗାଡ଼ି ନମ୍ବର ବଦଳାଇବାକୁ ପ୍ରଚେଷ୍ଟା କରିବା ଅଭିଯୋଗରେ ବନ୍ଧା ହୋଇଥିବା ଜଣାପଡିଛି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.