ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଉଚ୍ଛେଦକୁ ବିତିଲା ୫ ବର୍ଷ: ଥଇଥାନ ହୋଇନାହାନ୍ତି ୫୦୦ ଝୁମ୍ପୁଡ଼ି ବାସିନ୍ଦା

Published By : Harapriya Sethi | June 1, 2025 1:57 PM

ଜଟଣୀ, ୦୧/୦୬: ଜଟଣୀ ସହର ମଧ୍ୟରେ ଥିବା ରେଲୱେ ଅଞ୍ଚଳରୁ ଉଚ୍ଛେଦ ହୋଇଥିବା ୫ଶହରୁ ଅଧିକ ଝୁମ୍ପୁଡି ବାସିନ୍ଦାଙ୍କୁ ଏଯାବତ୍‌ ଥଇଥାନ କରାଯାଇନାହିଁ । ଏଠାରେ ରେଲୱେର ଥିବା ଲୋକୋକଲୋନୀ, ଟ୍ରାଫିକ୍‌ କଲୋନୀ ଆଦି ଅଞ୍ଚଳର ଖାଲି ଜମିରେ ୬୦ବର୍ଷରୁ ଅଧିକ ହେବ ଝୁମ୍ପୁଡି କରି ଗରିବ ଶ୍ରେଣୀର ୫ଶହରୁ ଅଧିକ ପରିବାର ରହିଆସୁଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଦିନ ମଜୁରିଆ । ଦୈନିକ ମୁଲ ଲାଗିଲେ ସେମାନଙ୍କ ପରିବାର ପ୍ରତିପୋଷଣ ହୋଇଥାଏ । ହେଲେ କ୍ୱାଟର୍ସ ଓ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ରେଲୱେ ପକ୍ଷରୁ ୫ବର୍ଷ ପୂର୍ବେ ପର୍ଯ୍ୟାୟକ୍ରମେ ଏହି ଝୁମ୍ପୁଡି ଉଚ୍ଛେଦ କରିଥିଲେ । ଉଚ୍ଛେଦ ସମୟରେ ଝୁମ୍ପୁଡି ବାସିନ୍ଦା ବିରୋଧ କରିଥିଲେ । ଭାଙ୍ଗିବାକୁ ସେତେବେଳେ ଆସିଥିବା ବୁଲଡୋଜର ଆଗରେ ଧାରଣା ଦେଇଥିଲେ । ଥଇଥାନ କରି ସେମାନଙ୍କୁ ଉଚ୍ଛେଦ କରିବାକୁ ଅନୁରୋଧ କରିଥିଲେ । ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନକୁ ବହୁବାର ନିବେଦନ କରିଥିଲେ । ତେବେ ସବୁଠୁ କେବଳ ପ୍ରତିଶ୍ରୁତି ପାଇ ଫେରିଥିଲେ । 

ଝୁମ୍ପୁଡି ବାସିନ୍ଦାଙ୍କ ଥଇଥାନ ଦାବିକୁ ସମର୍ଥନ କରି ବିଭିନ୍ନ ଦଳର ସ୍ଥାନୀୟ ନେତା ଆନ୍ଦୋଳନରେ ସାମିଲ ହୋଇଥିଲେ । ସବୁ ସତ୍ତେ୍ୱ ଏଯାବତ୍‌ ସେମାନଙ୍କ ଥଇଥାନ ହୋଇପାରିନାହିଁ । ଉଚ୍ଛେଦ ପରେ ଦୀର୍ଘଦିନ ହେବ ସେମାନେ ଦୁଃଖ କଷ୍ଟରେ ରହି ଆସୁଛନ୍ତି । ରହିବା ପାଇଁ ସେମାନଙ୍କୁ ଘର ମାଲିକ ଘରଭଡା ଦେଉନଥିବା କେତେକ କହିଛନ୍ତି । ଆଉ କେତେଜଣ ଝୁମ୍ପୁଡି ବାସିନ୍ଦା କହନ୍ତି ମାସିକ ୫ରୁ ୬ହଜାର ଟଙ୍କା ଭଡାଦେଇ ରହିବା ସେମାନଙ୍କ ପରି ଗରିବ ଲୋକଙ୍କ ପକ୍ଷରେ ସମ୍ଭବ ପର ନୁହଁ । ଲୋକୋକଲୋନୀ ଅଞ୍ଚଳରୁ ଝୁମ୍ପୁଡି ଉଚ୍ଛେଦ ପରେ କୁଦିଆରୀ ବଜାର ବ୍ରିଜ ତଳେ ଚିରାଫଟା ଅଖା ଓ ଜରି ଟାଣି ପରିବାର ସହିତ ବହୁ କଷ୍ଟରେ ରହିବାକୁ ପଡୁଥିବା କୋହଭରା କଣ୍ଠରେ ଦଇତା ନାୟକ ନାମ୍ନୀ ମହିଳା କହିଥିଲେ । ଚିରାଫଟା ଜରି ଟଣା ହୋଇ ପ୍ରସ୍ତୁତ କୁଡିଆ ଭିତରେ କିପରି ଯନ୍ତ୍ରଣା ଭିତରେ ବଞ୍ଚିବାକୁ ପଡୁଛି ଦେଖିବାକୁ କହିଥିଲେ । ଏହିପରି ଅନେକ କ୍ଷତିଗ୍ରସ୍ତ ଝୁମ୍ପୁଡି ବାସିନ୍ଦା ସେମାନଙ୍କ ଦୁଃଖ ବଖାଣିଥିଲେ । ରାସ୍ତା ପାଶ୍ୱର୍ରେ ଚଷମା ବିକି ପରିବାର ପ୍ରତିପୋଷଣ କରୁଥିବା ସେକ୍‌ ଚାନ୍ଦମଣି, ଜ.ଶଙ୍କର ସମାନ କଥା କହିଥିଲେ । 

୧୮ନଂ ୱାର୍ଡ କାଉନସିଲର କେ. ସୁରେଶ, ୧୯ନଂର ପି.ରାଜକୁମାରୀ, ୧୬ନଂ କାଉନସିଲର ଉତ୍କଳ କେଶରୀ ବଳିୟାରସିଂ କହନ୍ତି ସେମାନଙ୍କ ୱାର୍ଡ଼ରୁ ଅନେକ ଝୁମ୍ପୁଡି ଉଚ୍ଛେଦ ହୋଇଛି । ସେମାନଙ୍କ ଥଇଥାନ ପାଇଁ ବାରମ୍ବା ଦାବି କରୁଛୁ । ଗତ ୨୯ତାରିଖ ମ୍ୟୁନିସିପାଲିଟି କାଉନସିଲ ମିଟିଂରେ ଏମାନଙ୍କ ଥଇଥାନ ନେଇ ଦୃଷ୍ଟି ଆକର୍ଷଣ କରିଥିଲୁ । ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ରଶ୍ମିତା ନାଥ କହନ୍ତି ‘ଝୁମ୍ପୁଡି ବାସିନ୍ଦାଙ୍କ ଥଇଥାନ ପାଇଁ କାଉନସିଲ ମିଟିଂରେ ଆଲୋଚନା ହୋଇଛି । ପୌରାଞ୍ଚଳର କେତୋଟି ସ୍ଥାନ ଦେଖାଯାଇଛି । ଯେଉଁଠାରେ ଉପଯୁକ୍ତ ହେବ ସେ ନେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ କିପରି ସେମାନଙ୍କ ଥଇଥାନ କରାଯିବ ତା’ଉପରେ ପ୍ରକ୍ରିୟା ଆରମ୍ଭ କରାଯିବ’ ବୋଲି କହିଛନ୍ତି । ପୌରାଧ୍ୟକ୍ଷ ଅନନ୍ତ ବେହେରା କହନ୍ତି ‘ରାମଚନ୍ଦ୍ରପୁର ମୌଜାରେ ଥିବା ୭ଏକର ଖାଲି ଜମି ପ୍ରାରମ୍ଭିକ ଭାବେ ଦେଖାଯାଇଛି । ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ କେଉଁ ଯୋଜନା ମାଧ୍ୟମରେ ସେମାନଙ୍କୁ ଥଇଥାନ କରାଯିବ ସେନେଇ ସ୍ଥିର କରାଯିବ’ ବୋଲି କହିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.