ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ, ଓଢ଼ଣୀରେ ତଣ୍ଟିଚିପି ହତ୍ୟା କରିଥିଲା ସ୍ୱାମୀ

Published By : Swapna Ray | May 30, 2025 1:21 PM

ଖୋର୍ଦ୍ଧା, ୩୦।୫: ବହୁ ଚର୍ଚ୍ଚିତ କାଜୁ ଜଙ୍ଗଲରେ ସ୍ତ୍ରୀକୁ ହତ୍ୟା କରିବା ଘଟଣା । ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡ଼ା ଗାଁର ହତ୍ୟାକାରୀ ସ୍ୱାମୀ ଦିପ୍ତମାନ ସାହୁଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ପ୍ରଥମ ଅତିରିକ୍ତ ଜଜ୍ ଶ୍ରୀମତୀ ମଞ୍ଜୁଲତା ଜେନା । କହିରଖୁ କି, ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ଅନ୍ତର୍ଗତ ସିନ୍ଧୁରକୁମ୍ପା ଗ୍ରାମର ଦୀପ୍ତିମାନ ସାହୁ ତାଙ୍କ ସ୍ତ୍ରୀ ରୁନିତା ସାହୁ ଜଙ୍କିଆ ଥାନା ମଳିପଡ଼ା ଅଞ୍ଚଳରେ ରହୁଥିଲେ । ଗତ ୨୦୨୦ ମସିହା ଜାନୁଆରୀ ମାସ ୨୧ ତାରିଖରେ ଦୀପ୍ତିମାନ ତାଙ୍କ ସ୍ତ୍ରୀ ରୁନିତାଙ୍କୁ ପୁରୀ ବୁଲାଇବାକୁ ନେଇଥିଲେ । ସେଠାରୁ ଫେରିବା ପରେ ରୁନିତା ନିଖୋଜ ହୋଇଯାଇଥିବା ଦୀପ୍ତିମାନ ଶ୍ୱଶୁର ଘର ଲୋକଙ୍କୁ କହିଥିଲେ । 

ଦୀପ୍ତିମାନଙ୍କ କଥା ଶୁଣିବା ପରେ ଶ୍ୱଶୁର ଘର ଲୋକଙ୍କ ମନରେ ସନ୍ଦେହ ଉପୁଜିଥିଲା । ରୁନିତାଙ୍କ ଭାଇ ବିକାଶ ସାହୁ ଜଙ୍କିଆ ଥାନାରେ ଏନେଇ ଅଭିଯୋଗ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ତଦନ୍ତ କରିବା ପରେ ଜଙ୍କିଆ ପୁଲିସ ମଳିପଡ଼ା ଗ୍ରାମ ପାଟଶ ମୁଣ୍ଡିଆ ଜଙ୍ଗଲରୁ ରୁନିତା ଶବ ଉଦ୍ଧାର କରିଥିଲେ । ଅଭିଯୁକ୍ତ ଦୀପ୍ତିମାନ ଓଢ଼ଣୀରେ ରୁନିତାକୁ ହତ୍ୟା କରିଥିବା ତଦନ୍ତ ସମୟରେ ଜଙ୍କିଆ ପୋଲିସ ଜାଣିବାକୁ ପାଇଥିଲେ । ଉକ୍ତ ମାମଲାର ବିଚାର ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟରେ ଚାଲିଥିବାବେଳେ ଶୁକ୍ରବାର କୋର୍ଟ ଅଭିଯୁକ୍ତ ଦୀପ୍ତିମାନ ସାହୁଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଥିବା ଜଣାପଡ଼ିଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.