ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ମହିଳାଙ୍କ କଳାଜାଇ ଖୋଜା ଘଟଣା: ୧୨ ମହିଳା ନିର୍ଯାତନାର ଶିକାର, ଏମ୍‌ବିକେଙ୍କ ସମେତ ୨ଜଣଙ୍କ ନାଁରେ ମାମଲା

Published By : Prameya | June 8, 2025 10:37 AM

କେନ୍ଦ୍ରାପଡ଼ା,୦୮/୦୭: କେନ୍ଦ୍ରାପଡ଼ା  ଜିଲ୍ଲା ରାଜକନିକା ଥାନା ଅଧୀନ ତ୍ରୈଲୋକ୍ୟପୁର ପଞ୍ଚାୟତ ତେନ୍ତୁଳିକୋଳି  ଗାଁରେ ମହିଳାଙ୍କ ଶରୀରରେ ଗାର/ ଚିହ୍ନ/କଳାଜାଇ ଖୋଜାଯିବା ସମ୍ପର୍କରେ ଥାନାରେ ଅଭିଯୋଗ ପରେ ପୁଲିସ  ତନାଘନା ଆରମ୍ଭ କରିଛି । ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ମାଷ୍ଟର୍‌ ବୁକ୍‌ କିପର୍‌ (ଏମ୍‌ବିକେ) ସୁଧାଂଶିନୀ ଧଳ ଓ ଦେବୀକଲ୍ୟାଣ ମିଶ୍ରଙ୍କ ନାଁରେ ମାମଲା ରୁଜୁ  କରି ତଦନ୍ତ ଚଳାଇଛି । ଦେବୀକଲ୍ୟାଣଙ୍କ  ଘର କଟକ-ସାଲେପୁର ଅଞ୍ଚଳରେ । 

ମହିଳାମାନଙ୍କୁ ସେମାନଙ୍କ ଶରୀରରେ କଳାଜାଇ ଥିଲେ ଟଙ୍କା  ମିଳିବ ବୋଲି ପ୍ରଲୋଭନ ଦେଖାଇ ଭିଡିଓ ରେକର୍ଡିଂ ଜରିଆରେ ଅର୍ଦ୍ଧଉଲଗ୍ନ ଭିଡିଓ ଉତ୍ତୋଳନ କରାଯାଇଥିଲା । ଭିଡିଓ ରେକର୍ଡିଂ ବେଳେ ମହିଳାମାନଙ୍କୁ ନିଜ ଆଖପାଖରେ କୌଣସି ଛୋଟପିଲାଙ୍କୁ ନରଖିବା ସହ ଶାଢ଼ି ସହ ସମ୍ପୂର୍ଣ୍ଣ ବସ୍ତ୍ର ଖୋଲିବାକୁ କୁହାଯାଇଥିଲା । ହ୍ୱାଟ୍‌ସ୍‌ଆପ୍‌ରେ ଭିଡିଓ କଲ୍‌ କରିଥିବା ଦେବୀକଲ୍ୟାଣ ମିଶ୍ର ନାମକ ବ୍ୟକ୍ତି  ପ୍ରତି କଳାଜାଇ/ଗାର/ଚିହ୍ନ ପିଛା ହଜାରେ ଟଙ୍କା ଦେବା ନାଁରେ ସ୍ୱୟଂ  ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ  ଏପରି କରିବାକୁ ପ୍ରବର୍ତ୍ତାଇଥିଲା ।  ପ୍ରାୟ ୧୨ଜଣ ମହିଳା ଏଭଳି ଶୋଷଣ ଓ ନିର୍ଯାତନାର ଶିକାର ହୋଇଥିଲେ । ଘଟଣା ପଛରେ ସାଇବର ଅପରାଧୀ ସାମିଲ ଥିବା ସନ୍ଦେହ କରାଯାଉଛି । 

ପୁଲିସ ସୂଚନା ଅନୁସାରେ, ଦେବୀକଲ୍ୟାଣ ମେ’ ୩୦ ତାରିଖରେ ସୁଧାଂଶିନୀଙ୍କ ପାଖକୁ ଫୋନ୍‌ କରିଥିଲା  ଓ ଉକ୍ତ ମହିଳା ଗୋଷ୍ଠୀ ସଭ୍ୟାମାନଙ୍କୁ ତାଲିମ ଦିଆଯିବ ବୋଲି କହିଥିଲା । ଦେବୀକଲ୍ୟାଣଙ୍କ କହିବା ଅନୁଯାୟୀ  ମହିଳାମାନଙ୍କୁ ଭିଡିଓ କଲ୍‌ ଜରିଆରେ ତାଲିମ ଦିଆଯିବ ବୋଲି ଏମ୍‌ବିକେ ସମସ୍ତଙ୍କୁ ଜଣାଇଥିଲେ । ଏମ୍‌ବିକେଙ୍କ କଥାକୁ ଏସ୍‌ଏଚ୍‌ଜି ସଦସ୍ୟମାନେ ବିଶ୍ୱାସ କରିଥିଲେ । ଜୁନ୍‌ ୩ରେ ଜଣଙ୍କ ପରେ ଜଣଙ୍କୁ ଭିଡିଓ କଲ୍‌ କରାଯାଇଥିଲା । ଶରୀରରେ ଥିବା ପ୍ରତି କଳାଜାଇ/ ଗାର/ଚିହ୍ନ ପିଛା ହଜାରେ ଟଙ୍କା ମିଳିବ ବୋଲି କହି ସମସ୍ତଙ୍କୁ ଏକପ୍ରକାର ଉଲଗ୍ନ କରିବାକୁ ବାଧ୍ୟ କରାଯାଇଥିଲା । ସମସ୍ତଙ୍କ ଭିଡିଓ ଉତ୍ତୋଳନ କରାଯାଇଥିଲା । ପରେ ସମସ୍ତେ ଏକଜୁଟ୍‌ ହୋଇ ଏମ୍‌ବିକେଙ୍କୁ ଏହା ଜଣାଇଥିଲେ । ଦେବୀକଲ୍ୟାଣ ଯେମିତି ତାଲିମ ଦେବାକୁ କହୁଛନ୍ତି, ସେପରି  କରିବାକୁ ଏମ୍‌ବିକେ କହିଥିଲେ ବୋଲି ପୁଲିସ ନିକଟରେ ଅଭିଯୋଗ ହୋଇଛି ।  ପୁଲିସ ପଚରାଉଚରା ଚଳାଇଛି ।

ରାଜକନିକାରେ ଲଜ୍ଜା: ମହିଳାଙ୍କ କଳାଜାଇ ଖୋଜା ! ସମ୍ବେଦନଶୀଳ ଅଙ୍ଗର ଭିଡିଓ କରାଯାଇଥିବା ଅଭିଯୋଗ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.