ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ପାଦ ଗରମ, ପେଟ ନରମ, ମୁଣ୍ଡ ଥଣ୍ଡା...ଜାଣନ୍ତୁ କାହିଁକି କୁହାଯାଏ ଏମିତି?

Published By : Krishna Priya | June 13, 2025 9:01 AM

ଭୁବନେଶ୍ୱର ୧୩/୦୬: ଅନେକ ସମୟରେ ବୟସ୍କ ଲୋକମାନେ ପାଦ ଗରମ, ପେଟ ନରମ, ମୁଣ୍ଡ ଥଣ୍ଡା ରଖିବା ଉଚିତ୍‌ ବୋଲି କହୁଥିବା ଶୁଣିବାକୁ ମିଳିଥାଏ । କିନ୍ତୁ କେବେ ଭାବିଛନ୍ତି ଏମିତି କାହିଁକି କୁହାଯାଏ? ଚାଲନ୍ତୁ ଜାଣିବା ଏହି କଥାରେ କ'ଣ ରହିଛି ବାସ୍ତବତା? ଏହାର ଅର୍ଥ ଯେଉଁ ବ୍ୟକ୍ତିର ପାଦ ଗରମ, ପେଟ ନରମ ଓ ମୁଣ୍ଡ ଥଣ୍ଡା ରହିଥିବ । ସେ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ । ତା’ ପାଇଁ କୌଣସି ଔଷଧର ଆବଶ୍ୟକତା ନଥାଏ । ଏବେ ଜାଣିବା ପାଦ ଗରମ, ପେଟ ନରମ ଓ ମୁଣ୍ଡ ଥଣ୍ଡାର ବାସ୍ତବ ଅର୍ଥ କଣ? 

ପାଦ ଗରମ :

ଆୟୁର୍ବେଦ ଅନୁସାରେ ପାଦ ଗରମ ରହିବା ସ୍ୱାସ୍ଥ୍ୟ ପାଇଁ ହିତକର । ପାଦରେ କେତେକ ଜରୁରି ଶିରା ଓ ଆକ୍ୟୁପ୍ରେସର ପଏଣ୍ଟ ରହିଥାଏ, ଯାହା ଶରୀରର ବିଭିନ୍ନ ଅଙ୍ଗ ସହ ଯୋଡ଼ି ହୋଇଥାଏ । ଯଦି ପାଦ ଥଣ୍ଡା ରହୁଥାଏ, ତେବେ ଏହା ଖରାପ ରକ୍ତ ସଞ୍ଚାଳନର ସଙ୍କେତ ହୋଇଥାଏ । ଏପରିକି କୌଣସି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ଲକ୍ଷଣ ହୋଇପାରେ । ତେଣୁ ସୁସ୍ଥ ରହିବା ପାଇଁ ବ୍ୟକ୍ତିର ପାଦ ଗରମ ରହିବା ଜରୁରି । ତେଣୁ ଆୟୁର୍ବେଦରେ ପାଦକୁ ଗରମ ରଖିବା ପାଇଁ ଗରମ ତେଲ ମାଲିସ୍‌ ପାଇଁ ପରାମର୍ଶ ଦିଆଯାଇଛି । 

ପେଟ ନରମ :

ପେଟ ନରମ ଅର୍ଥାତ ପାଚନ ତନ୍ତ୍ର ସମ୍ପୂର୍ଣ୍ଣ ଠିକ୍‌ ରହିବା । କବ୍ଚ, ଗ୍ୟାସ୍‌ ଓ ବ୍ଲୋଟିଂ କାରଣରୁ ପେଟ ଓଜନିଆ ଅନୁଭବ ହୋଇଥାଏ । ଏହା ପାଚନ ତନ୍ତ୍ରଜନିତ ସମସ୍ୟାର ଲକ୍ଷଣ ହୋଇଥାଏ । ଯଦି ପେଟ ନରମ ନ ରୁହେ, ତେବେ ଓଜନିଆ ଅନୁଭବ ହୋଇଥାଏ । ଆୟୁର୍ବେଦରେ କୁହାଯାଇଛି ପେଟ ହେଉଛି ଅନେକ ରୋଗର ମୂଳକାରଣ । ତେଣୁ ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ଖୁବ୍‌ ଜରୁରି । ପେଟକୁ ସୁସ୍ଥ ରଖିବା ପାଇଁ ଭରପୂର ଫାଇବରଯୁକ୍ତ ଖାଦ୍ୟ ଖାଇବା, ପାଣି ପିଇବା ଓ ବ୍ୟାୟାମ କରିବା ଆବଶ୍ୟକ । 

ମୁଣ୍ଡ ଥଣ୍ଡା :

ମୁଣ୍ଡ ଗରମ ସେତେବେଳେ ହୁଏ, ଯେତେବେଳେ ଜ୍ୱର ହୋଇଥାଏ । ଏହାବ୍ୟତୀତ ଅଧିକ ରାଗିବା, ଚିନ୍ତା କାରଣରୁ ମଧ୍ୟ ମୁଣ୍ଡ ଗରମ ହୋଇଥାଏ, ଯାହା ସ୍ୱାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ । ଯଦି ମୁଣ୍ଡ ଅଧିକ ଗରମ ରହୁଥାଏ, ତେବେ ଏହା ରକ୍ତଚାପ, ଆଖି କିମ୍ବା କାନ ସମସ୍ୟାର କାରଣ ହୋଇପାରେ । ତେଣୁ ମୁଣ୍ଡକୁ ଥଣ୍ଡା ରଖିବା ପାଇଁ ଶୀତକାରୀ ପ୍ରାଣାୟାମ ଓ ଚନ୍ଦ୍ର ଅନୁଲୋମବିଲୋମ କରିବା ଜରୁରି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.