ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ରାଜକନିକାରେ ଲଜ୍ଜା: ମହିଳାଙ୍କ କଳାଜାଇ ଖୋଜା ! ସମ୍ବେଦନଶୀଳ ଅଙ୍ଗର ଭିଡିଓ କରାଯାଇଥିବା ଅଭିଯୋଗ

Published By : Prameya | June 7, 2025 10:10 AM

ରାଜକନିକା,୦୭/୦୬: ଯେଉଁ ମହିଳା ନିଜ  ଶରୀରର ସମ୍ବେଦନଶୀଳ ସ୍ଥାନରେ ଯେତୋଟି  କଳାଜାଇ ବା ଷ୍ଟ୍ରେଚ୍‌ ମାର୍କ ଦେଖାଇବେ, ତାଙ୍କୁ ଚିହ୍ନ  ପିଛା ୧ ହଜାର ଟଙ୍କା ଲେଖାଏଁ ହିସାବରେ ସେତିକି  ଟଙ୍କା ମିଳିବ । ଏମିତି କୁହାଯାଇ ସ୍ୱୟଂ ସହାୟକ  ଗୋଷ୍ଠୀର ମହିଳାମାନଙ୍କୁ ଡାକି ସେମାନଙ୍କ ଅର୍ଦ୍ଧନଗ୍ନ ଶରୀରର ଭିଜୁଆଲ୍‌ ଉତ୍ତୋଳନ କରାଯାଇଛି ।  ଏଭଳି ସାଂଘାତିକ ଅଭିଯୋଗ ଉଠିଛି କେନ୍ଦ୍ରାପଡ଼ା  ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ତ୍ରୈଲୋକ୍ୟପୁର ପଞ୍ଚାୟତ ତେନ୍ତୁଳିକୋଳି ଗାଁରେ ।

ଗାଁର ମା' ବୁଢ଼ୀ  କନକେଇ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି  କଳ୍ପନା ସାମଲ ଏ ନେଇ ରାଜକନିକା ଥାନାରେ  ଲିଖିତ ଅଭିଯୋଗ କରି ଜଣେ ଏମ୍‌ବିକେ ବା ମାଷ୍ଟର୍‌  ବୁକ୍‌ କିପର୍‌ଙ୍କୁ ଏଥିପାଇଁ ଦାୟୀ କରିଛନ୍ତି । ତାଙ୍କ  ଅଭିଯୋଗ ଆଧାରରେ ପୁଲିସ ସଂପୃକ୍ତ ଏମ୍‌ବିକେଙ୍କୁ  ଥାନାକୁ ଡକାଇ ପଚରାଉଚରା କରିଛି ।  

କଳ୍ପନାଙ୍କ ଅଭିଯୋଗରୁ ପ୍ରକାଶ, ସଂପୃକ୍ତ  ଏମ୍‌ବିକେ ଏସ୍‌ଏଚ୍‌ଜିର ମହିଳାମାନଙ୍କୁ କହିଥିଲେ  ଯେ, ଯାହାର ସମ୍ବେଦନଶୀଳ ସ୍ଥାନରେ ଯେତୋଟି  କଳାଜାଇ ଅଥବା ଷ୍ଟ୍ରେଚ୍‌ ଚିହ୍ନ ଥିବ, ତାଙ୍କୁ ଚିହ୍ନ ପିଛା ୧ ହଜାର ଟଙ୍କା ମିଳିବ । ଏଥିରେ  ରାଜି ଥିବା ମହିଳାଙ୍କୁ ଏକ ନିର୍ଦ୍ଦିଷ୍ଟ ମୋବାଇଲ୍‌ ନମ୍ବରକୁ  ଭିଡିଓ କଲ୍‌ କରିବାକୁ ପଡ଼ିବ । ଭିଡିଓ କଲ୍‌ ସମୟରେ  ଚିହ୍ନଗୁଡ଼ିକୁ ପ୍ରଦର୍ଶନ କଲେ ଟଙ୍କା ମିଳିବ ବୋଲି ସଂପୃକ୍ତ ଏମ୍‌ବିକେ ଦିଦି କହିଥିବା ଏତଲାରେ ଉଲ୍ଲେଖ କରାଯାଇଛି ।  ଟଙ୍କା ପାଇବା ଲୋଭରେ ଗୋଷ୍ଠୀର କେତେଜଣ ମହିଳା  ସମ୍ପୃକ୍ତ ଏମ୍‌ବିକେଙ୍କୁ ଯୋଗାଯୋଗ କରିଥିଲେ ଓ ଏମ୍‌ବିକେ  ସେମାନଙ୍କୁ ଏକ ନିଛାଟିଆ ଘରକୁ ନେଇଥିଲେ । ସେଠାରେ  ଏମ୍‌ବିକେ ସେମାନଙ୍କୁ ଏକ ମୋବାଇଲ୍‌ ନମ୍ବର ଦେଇ ଜଣ  ଜଣ କରି ଭିଡିଓ କଲ୍‌ କରିବାକୁ କହିଥିଲେ । 

ଅନ୍ୟପଟେ  ଭିଡିଓ କଲ୍‌ ରିସିଭ୍‌ କରିଥିବା ବ୍ୟକ୍ତି ଭିଡିଓ ରେକର୍ଡିଂ କରିଥିଲା ।  ଭିଡିଓ କଲ୍‌ ସରିବା ପରେ ମହିଳାମାନେ ଏମ୍‌ବିକେଙ୍କୁ ଟଙ୍କା ମାଗିବାରୁ ଏମ୍‌ବିକେ ସେମାନଙ୍କୁ ଟଙ୍କା ନ ଦେଇ ‘ସାର୍‌  ଆସିଲେ, ଦେବେ’ ବୋଲି କହିଥିଲେ । ଟଙ୍କା ନମିଳିବାରୁ  ସଂପୃକ୍ତ ମହିଳାମାନେ ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତିଙ୍କୁ ଏ  ନେଇ ଅଭିଯୋଗ କରିଥିଲେ । ଏହା ପରେ ସଭାପତି ଥାନାରେ  ଏତଲା ଦେଇଥିଲେ ବୋଲି ଦର୍ଶାଯାଇଛି ।  

ଘଟଣା ସମ୍ପର୍କରେ ରାଜକନିକା ଥାନାଧିକାରୀ ସଂଜୟ  କୁମାର ମଲ୍ଲିକ କହିଛନ୍ତି, ଏତଲା ଆଧାରରେ ଏକ ମାମଲା ରୁଜୁ  ହେବା ସହ ସମ୍ପୃକ୍ତ ଏମ୍‌ବିକେଙ୍କୁ ଥାନାକୁ ଆଣି ପଚରାଉଚରା  କରାଯାଇଛି । ଜେରା ପରେ ଏମ୍‌ବିକେଙ୍କୁ ଛାଡ଼ି ଦିଆଯାଇଥିଲେ  ହେଁ ଯେଉଁ ବ୍ୟକ୍ତିଙ୍କ ପାଖକୁ ଭିଡିଓ କଲ୍‌ କରାଯାଇଥିଲା ତାଙ୍କୁ  ଏମ୍‌ବିକେଙ୍କ ମୋବାଇଲ୍‌ ଫୋନ୍‌ରୁ କଲ୍‌ କରାଯାଇ ଘଟଣା  ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି । ଏ ସମ୍ବେଦନଶୀଳ  ଘଟଣାଟି ଅଞ୍ଚଳରେ ଆଲୋଡ଼ନ ଖେଳାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.