ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ତୁରନ୍ତ ଫ୍ଲାଏଓଭର ମରାମତି ନହେଲେ ଆନ୍ଦୋଳନ ହେବ କହିଲେ ରାୟଗଡ଼ା ବିଧାୟକ

Published By : Anindita Ratha | June 11, 2025 1:36 PM

ରାୟଗଡ଼ା,୧୧/୦୬: ତୁରନ୍ତ ଫ୍ଲାଏଓଭର ମରାମତି ନହେଲେ ଆନ୍ଦୋଳନ ହେବ କହିଲେ ରାୟଗଡ଼ା ବିଧାୟକ ଆପଲାସ୍ବାମୀ କାଡ୍ରାକା। ଆଜି ରାୟଗଡ଼ା ଜିଲ୍ଲା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଫ୍ଲାଏଓଭର ଦୂରାବସ୍ଥା ସମ୍ପର୍କରେ ପଚାରି ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଧାୟକ ।  ଏହାସହ ଜାତୀୟ ରାଜପଥ ଅଧିକ୍ଷଣ ଯନ୍ତ୍ରୀ ସୌମାର୍ଜିନୀ ସେଠିଙ୍କ ସହିତ ରାସ୍ତା ଉପରେ ଆଲୋଚନା କରି ବିଧାୟକ ଆପଲାସ୍ବାମୀ କାଡ୍ରାକା ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ତେବେ ବିଧାୟକ ଆପଲାସ୍ବାମୀ କାଡ୍ରାକା ଫ୍ଲାଏଓଭର ଭୁଷୁଡିବା ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି କି ବୋଲି ପ୍ରଶ୍ନ କରିଥିଲେ। କାରଣ ୨୦୦ ମିଟର ଫ୍ଲାଏଓଭର ଠାରେ ୨୦ ହଜାର ଗର୍ତ୍ତ ସୃଷ୍ଟି ହୋଇଛି। ଫ୍ଲାଏଓଭର ଚତୁଃପାର୍ଶ୍ଵରେ ବିରାଟକାୟ ଗଛ ବାହାରି ବିପଦ ବଢ଼ାଉଛି। ଗତ ପାଞ୍ଚ ବର୍ଷ ହେବ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ବାରମ୍ବାର ସଚେତନ ଓ ଅଭିଯୋଗ କରିବା ପରେ ମଧ୍ୟ ମରାମତି କାର୍ଯ୍ୟ ହୋଇନାହିଁ। ଦିନ ପରେ ଦିନ ଗଡି ଚାଲିଛି ବୋଲି କହିଛନ୍ତି ବିଧାୟକ। ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ଫ୍ଲାଏଓଭର ତହସିଲ ଛକରୁ କପିଳାସ ଛକ ପର୍ଯ୍ୟନ୍ତ ଚାଲି ଚାଲି ସ୍ଥିତି ଦେଖାଇଥିଲେ ବିଧାୟକ ଆପଲାସ୍ବାମୀ। ଏହାପରେ ଅଧିକ୍ଷଣ ଯନ୍ତ୍ରୀ ଏକ ମାସ ମଧ୍ୟରେ ମରାମତି ଆରମ୍ଭ ହେବ ବୋଲି ପ୍ରତିଶୃତି ଦେଇଥିବା ଦେଇଛନ୍ତି। ଏହାର ଟେଣ୍ଡର ମଧ୍ୟ ସରିଥିବା ସୂଚନା ଦେଇଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.