ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଆମ୍ବ ଚାଷ କରି ସ୍ବାବଲମ୍ବୀ ହେଲେ ରବି, ଅନ୍ୟମାନଙ୍କ ପାଇଁ ସାଜିଲେ ଉଦାହରଣ

Published By : Gurupada Nath | June 3, 2025 8:19 PM

ଦଶମନ୍ତପୁର, ୩/୬ : ଯେଉଁ ଜମିରେ ଚାଷ କଲେ ଦିନେ ୩ରୁ ୫ହଜାର ଟଙ୍କା ରୋଜଗାର ମିଳୁ ନ ଥିଲା ଉପସ୍ଥିତ ବୁଦ୍ଧି ଯୋଗୁଁ, ସେହି ଜମିରେ ଲକ୍ଷାଧିକ ଟଙ୍କା ରୋଜଗାର ମିଳୁଛି । ଆଉ ଆଗ ଭଳି ଘର ଚଳିବାରେ ବହୁତ କଷ୍ଟ କରିବାକୁ ପଡୁ ନହିଁ । ଏଭଳି ଜଣେ ଚାଷୀଙ୍କଠାରୁ ଦେଖିବାକୁ ମିଳିଛି। ସେ ହେଲେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ ଖୋଜୁରୀଗୁଡା ଗାଁରେ ରହୁଥିବା ରବି ହିକକା, ପରିବାର କହିଲେ ସ୍ବାମୀ, ସ୍ତ୍ରୀ ଓ ୫ ସନ୍ତାନ। ଏଭଳି ୭କୁଟୁମ୍ବକୁ ନେଇ ହସ ଖୁସିର ସଂସାର। 

ପ୍ରକାଶ ଯେ, ୩ ଝିଅ ଏବଂ ଗୋଟିଏ ପୁଅ, ବିବାହ କରି ଅନ୍ୟତ୍ର ଅଲଗା ରହୁଛନ୍ତି। ବର୍ତ୍ତମାନ ଶେଷ ଝିଅ ଓ ସ୍ବାମୀ ସ୍ତ୍ରୀ ମିଶି ଏକାଠି ରହୁଛନ୍ତି । ରବି କହିବା ଅନୁସାର, ତାଙ୍କ ସ୍ବଳ୍ପ ଜମି ରହିଛି । ପୂର୍ବରୁ ଧାନ, ମାଣ୍ଡିଆ ସୁଆ ଭଳି ବିଭିନ୍ନ ଚାଷ କାର୍ଯ୍ୟ କରୁଥିଲେ । ‌ବର୍ଷ ତମାମ ବହୁ କଷ୍ଟ କରି ଚାଷ କଲେ ମଧ୍ୟ ୩ରୁ ୫ହଜାର ଟଙ୍କାର ଧାନ କି ମାଣ୍ଡିଆ ହେଉ ନ ଥିଲା। ବର୍ତ୍ତମାନ ସେହି ଜମିରେ ଆମ୍ବ ଚାଷ କରିବା ଦ୍ୱାରା ବର୍ଷକୁ ଲକ୍ଷାଧିକ ଟଙ୍କାର ରୋଜଗାର ମିଳି ପାରୁଛି ବୋଲି ଚାଷୀ ଜଣକ ପ୍ରକାଶ କରିଛନ୍ତି । 

ସେ କହିଛନ୍ତି ଯେ, ପ୍ରଥମେ ଡଙ୍ଗର ଧାନ ଚାଷ କରି ରୋଜଗାର ନ ହେବାରୁ ହତାଶ ହୋଇପଡ଼ିଥିଲେ।‌ ଏହାପରେ କୃଷି ଉଦ୍ୟାନ ବିଭାଗର କର୍ମ ଚାଷୀମାନେ ରବି ହିକକାକୁ ପ୍ରଥମେ ସାକ୍ଷାତ କରିଥିଲେ । ତାଙ୍କ ଜମିରେ ଆମ୍ବ ଚାଷ କରିବା ଲାଗି ପରାମର୍ଶ ଦେଇଥିଲେ । ଏଥିରେ ଚାଷୀ ଜଣଙ୍କ ଆଗ୍ରହ ହୋଇଥିଲା। ଦୁଇ ଏକର ଜମିରେ ଆମ୍ବ ଚାରା ରୋପଣ କରି ମାତ୍ର ୩ବର୍ଷ ଅପେକ୍ଷା କରିଥିଲା । ଯେଉଁଠି ୩ହଜାର ଟଙ୍କା ରୋଜଗାର ମିଳୁ ନ ଥିଲା । ସେହି ଜମିରେ ଆମ୍ବ ଚାଷ ଯୋଗୁଁ ଲକ୍ଷାଧିକ ଟଙ୍କା ଆମ୍ବ ବିକ୍ରି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବା ଦେଖିବାକୁ ମିଳିଛି । ରବିଙ୍କ ଆମ୍ବ ବଗିଚାରେ ଆଖୁ ରଷଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସୁଆଦିଆ ଆମ୍ବ ରହିଥିବା ଜଣାପଡ଼ିଛି । ବିଭିନ୍ନ ବ୍ୟବସାୟୀମାନେ ଆସି ରବିଙ୍କଠାରୁ ଭଲ ଦର ଦେଇ ଆମ୍ବ କିଣି ନେଉଥିବା କୁହାଯାଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.