ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ରଥ ଖଳା ହାଲ୍‌ଚାଲ୍‌...ଚଉଦନାହାକା ବୁଲି ଉଠିଲା ପ୍ରଥମ ଭୂଇଁ, ଆଜି ଯୋଗଦେବେ ଦରଜୀ ସେବକ

Published By : Prameya | June 13, 2025 8:50 AM

ପୁରୀ,୧୩/୦୬: ତିନି ରଥରେ ଚଉଦ  ନାହାକା ବୁଲି ପ୍ରଥମ ଭୂଇଁ ଉଠାଯାଇଛି । ଚାରିନାହାକାର  ଚତୁଃପାଶ୍ୱର୍ରେ ବୁଲିଲା ଚଉଦନାହାକା । ପ୍ରଥମେ ତିନି  ରଥର ଦଣ୍ଡା ଉପରେ ଖଦିଓରା କାଠ(ନଡ଼ିଆ କାଠର  ଗଡ) ଖଞ୍ଜାଗଲା । ଖଦିଓରାରେ ହୋଇଥିବା ବିନ୍ଧରେ  ଚଉଦନାହାକା ରଖି ରଥ ଚତୁଃପାଶ୍ୱର୍ରେ ବୁଲାଗଲା ।  ପରେ ସାଇତା ଯାଇଥିବା ପ୍ରଥମ ଭୂଇଁକୁ ରଥରେ ଉଠାଗଲା । ଏପଟେ ଖଳାରେ ଦ୍ୱିତୀୟ  ଭୂଇଁର ଫ୍ରେମ୍‌ ପଡ଼ିଯାଇଛି । ଶୁକ୍ରବାର ଦ୍ୱିତୀୟ ଭୂଇଁ ରଥକୁ ଉଠାଯିବ ବୋଲି  ନିର୍ମାଣକାରୀ କହିଛନ୍ତି । 

ଚାରିନାହାକା ଓ  ଛଅ କାଠକୁ ଦୃଷ୍ଟିଦେଇ ଚଉଦନାହାକା ବୁଲିଥିଲା। ଚଉଦନାହାକାର ସାଲ ସବୁକୁ  ଖଦିଓରାର ବିନ୍ଧରେ ଭୁଞ୍ଜାଗଲା । ଖଦି ଓରା ହେଉଛି  ନଡ଼ିଆ କାଠର ଗଡ଼ । ଗୋଟିଏ ଖଦି ଓରାରେ ଦୁଇଟି  ବିନ୍ଧ ହୋଇଥିଲା । ଚଉଦନାହାକା ବୁଲିବା ପରେ ପ୍ରଥମ  ଭୂଇଁ କାଠ ଖଞ୍ଜାହେଲା । ପ୍ରଥମ ଭୂଇଁ ଛଅ କାଠ ଚାରି  ପାଶ୍ୱର୍ରେ ପାଖୁଡା ଏବଂ ଛିଆଣ ଲାଗି ଏହି ପାଖୁଡ଼ା  ଗୁଡ଼ିକୁ ଧରି ରଖିବା ପାଇଁ ଭୂଇଁ ଖମ୍ବୀ ସଂଯୋଗ ହେଲା । 

ସେହିପରି ୨ୟ ଭୂଇଁ ଫ୍ରେମ୍‌ ପଡ଼ି ଖୋଲାଯିବା ପରେ ରଥରେ ସଂଯୋଗ ହେବ । ଶୁକ୍ରବାର ରଥର ଦ୍ୱିତୀୟ  ଭୂଇଁ ଉଠାଯିବ । ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା  ବିଜୟ କୁମାର ମହାପାତ୍ର, ତାଳଧ୍ୱଜ ରଥର ମୁଖ୍ୟ  ବିଶ୍ୱକର୍ମା ନରସିଂହ ମହାପାତ୍ର ଓ ଦେବୀ ରଥର ମୁଖ୍ୟ  ବିଶ୍ୱକର୍ମା ନାରାୟଣ ମହାରଣାଙ୍କ ନିର୍ଦ୍ଦେଶ ଅନୁଯାଇ  ଭୋଇସେବକମାନେ କାଠ ସବୁକୁ ଖଞ୍ଜିଥିଲେ ।  ଏଥିସହ ତାଳଧ୍ୱଜ ରଥରେ କତରା କାଠ ଲଗାଯାଇଛି । ରୁପକାରମାନେ ବିଭିନ୍ନ ରଥାଂଶରେ ଖୋଦେଇ  କାର୍ଯ୍ୟରେ ଲିପ୍ତ । ବିଶ୍ୱକର୍ମାଙ୍କ କାମକୁ ତାଳ ଦେଇ ଓଝା ସେବକମାନେ ଲୁହା ସାମଗ୍ରୀ ତିଆରୁଛନ୍ତି । ଶୁକ୍ରବାର  ରଥ ପ୍ରସ୍ତୁତିରେ ଦରଜୀ ସେବକମାନେ ଯୋଗ ଦେବେ  ବୋଲି ସୂଚନା ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.