ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଆନାଲାଇଜର ମେସିନ ଟ୍ୟାମ୍ପରିଙ୍ଗ ଅଭିଯୋଗରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଦୁଗ୍ଧ ଚାଷୀ

Published By : Bijay Swain | June 12, 2025 8:45 PM

ହରଭଙ୍ଗା, ୧୨/୬(ଆ.ପ୍ର): ଦିନ ଥିଲା ବୌଦ୍ଧ ଜିଲ୍ଲାରେ ଗୋ ସମ୍ପଦ ଭରପୁର ଥିଲେ l ଜିଲ୍ଲାରେ ଦୁଗ୍ଧର ବନ୍ୟା ହେଉଥିଲା l ଓମଫେଡ ତରଫରୁ କେବଳ ଧଳପୁର ଠାରେ କ୍ଷୀର କିଣା ହେଉଥିଲା ଓ ଚାରିଛକ ଠାରେ କ୍ଷୀର ଶୀତଳୀ କରଣ ଭଣ୍ଡାର ଥିଲା l ଏମିତି ଦୁଗ୍ଧର ବାଟ ମରଣା ଓ ଶୋଷଣ ବନ୍ଦ ହୋଇଯାଇଥିଲା l ପୂର୍ବ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ସତ୍ୟ ରଞ୍ଜନ ସାହୁଙ୍କ ଉଦ୍ୟମରେ ଜିଲ୍ଲାରେ ପୁଣି ଦୁଗ୍ଧ ସମବାୟ ସମିତି ଗଠନ କରାଯାଇଥିଲା l ସେହି ଦିନଠାରୁ ବିଗତ ତିନିବର୍ଷ ହେବ ଧଳପୁର ସାକୁସିଙ୍ଗା ଠାରେ ଏକ ସମିତି ଗଠନ କରି କ୍ଷୀରର ମୂଲ୍ୟ ୫୦ ଟଙ୍କାରୁ ଅଧିକ ପାଉଥିଲେ ଚାଷୀ l 

ଏବେ ଏକ ବର୍ଷରୁ ଅଧିକ ହେବ କ୍ଷୀରର ମାନ ମାପ ଯନ୍ତ୍ର ଖରାପ ଥିବା କହି ସମସ୍ତଙ୍କୁ ୩୦ ଟଙ୍କା ଦିଆଯାଉଛି l ଯାହା ଫଳରେ ଚାଷୀମାନେ କ୍ଷତିରେ ପଡୁଛନ୍ତି l ଅନେକ ଚାଷୀ ଗାଈ ବିକ୍ରି କରିଦେବା ପାଇଁ ନିଷ୍ପତ୍ତି ନେଲେଣି l ଏଥି ନିମନ୍ତେ ଗତକାଲି ସମିତିରେ ଏକ ବୈଠକ ହୋଇଥିଲା l ବୈଠକକୁ ଓମଫେଡ ସୁପରଭାଇଜର ଅମୁଲ୍ୟ ଓଝାଙ୍କୁ ଡାକିଥିଲେ ମଧ୍ୟ ସେ ଆସିନଥିଲେ l ଏନେଇ ପରେ ତାଙ୍କୁ ପଚରା ଯିବାରୁ ମୁଁ କିଛି କରିପାରିବିନାହିଁ ବୋଲି ସେ ସିଧାସଳଖ କହିଥିଲେ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ କର ବୋଲି କହିଥିଲେ l ସଭାର ନିଷ୍ପତ୍ତି ପ୍ରକାରେ ପ୍ରାୟ ୧୫ ଜଣ ଚାଷୀ ପ୍ରତିନିଧି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଭିଯୋଗ କରିବା ପାଇଁ ଆସିଥିଲେ l 

ଜିଲ୍ଲାରେ ବିକାଶ ମେଳା ଚାଲିଥିବାରୁ କୌଣସି ଅଧିକାରୀଙ୍କୁ ଭେଟି ନପାରି କାର୍ଯ୍ୟାଳୟରେ ଅଭିଯୋଗ ପତ୍ର ଦେଇ ନିରାଶ ହୋଇ ଫେରିଯାଇଛନ୍ତି l ଏପଟେ ଜିଲ୍ଲାରେ ବିକାଶ ମେଳା ଆୟୋଜନ ହେଉଥିବା ବେଳେ ସେପଟେ ଦୁଗ୍ଧ ଚାଷୀମାନେ ଠକେଇରେ ପଡି ଛଟପଟ ହେଉଛନ୍ତି l ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ତୁରନ୍ତ ସମାଧାନ କରି ଚାଷୀମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି ନିରୀହ ଚାଷୀ l ବିଗତ ଦିନରେ ବିରନରସିଂପୁର ସମିତିର ଚାଷୀମାନେ ମଧ୍ୟ ଅଭିଯୋଗ କରି କୌଣସି ଫଳ ମିଳିନଥିବା ଶୁଣିବାକୁ ମିଳିଛି l ଯାହା ଖବର ରହିଛି ସାରା ଜିଲ୍ଲାରେ ଚାଷୀ ମାନଙ୍କୁ ଶୋଷୋଣ କରୁଥିବାର ଅଭିଯୋଗ ରହିଛି l ଏଣୁ ଜିଲ୍ଲାପାଳ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ସହିତ ଦୃଢ ପଦକ୍ଷେପ ଗ୍ରହଣ କରି ସମସ୍ତ ଚାଷୀଙ୍କୁ ଉଚିତ ପ୍ରାପ୍ୟ ମିଳିବା ପାଇଁ ନିବେଦନ କରିଛନ୍ତି l 

ସାକୁସିଙ୍ଗା ଦୁଗ୍ଧ ସମବାୟ ସମିତି ଚାଷୀ ପ୍ରତିନିଧି ଭାବେ ନନ୍ଦିକିଶୋର ସେଠି, ପ୍ରଭୁତ ମହାକୁଡ଼, ପ୍ରଣୟ ବାରିକ, ପାର୍ଥ ପାତ୍ର, ପବିତ୍ର ଗୁରୁ, ସୁବାସ ବାରିକ, ଦୁର୍ଯ୍ୟୋଧନ ମହାକୁଡ଼, ଅକ୍ଷୟ କୁମାର ବାରିକ, ବିନୟ ବାରିକ, ତନୁ ପ୍ରଧାନ, ପ୍ରଶାନ୍ତ କୁମାର ସାହୁ, ଭାସ୍କର ପାତ୍ର ପ୍ରମୁଖ ଆସି ଦାବିପତ୍ର ପ୍ରଦାନ କରିଥିଲେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.