ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା : ଫ୍ଲାଗମାର୍ଚ୍ଚରେ ପୁଲିସ୍‌ର ଶକ୍ତି ପ୍ରଦର୍ଶନ, ୩୦ ପ୍ଲାଟୁନ ପୁଲିସଙ୍କୁ ନେଇ ସହର ପରିକ୍ରମା

Published By : Prameya | April 13, 2025 11:04 AM

ସମ୍ବଲପୁର,୧୩/୦୪: ରାତି ପାହିଲେ  ସମ୍ବଲପୁରରେ ହନୁମାନ ଜୟନ୍ତୀ । ଶ୍ରୀରାମ ଭକ୍ତଙ୍କ ବିଶାଳ  ଶୋଭାଯାତ୍ରା ସହର ପରିକ୍ରମା କରିବ । ହେଲେ ସୁରକ୍ଷାକୁ ଦୃଷ୍ଟିରେ  ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି ପୁଲିସ୍‌ । ଶୋଭାଯାତ୍ରାର  ଦିନକ ପୂର୍ବରୁ ସମ୍ବଲପୁର ପୁଲିସ ପକ୍ଷରୁ ଶକ୍ତି ପ୍ରଦର୍ଶନ  କରାଯାଇଛି । ଉତ୍ତରାଞ୍ଚଳ ଆଇଜି ଓ ସମ୍ବଲପୁର ଏସ୍‌ପିଙ୍କ  ନେତୃତ୍ୱରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ଓ ରାଜ୍ୟ ସଶସ୍ତ୍ର ପୁଲିସ୍‌  ବଳ ସହ ରାପିଡ୍‌ ଆକ୍ସନ ଫୋର୍ସ ସହର ପରିକ୍ରମା କରିଛନ୍ତି । ଶତାଧିକ ପୁଲିସ୍‌ ଗାଡ଼ି ବି ଫ୍ଲାଗମାର୍ଚ୍ଚରେ ସାମିଲ ହୋଇଥିଲେ ।   

ଶନିବାର ସନ୍ଧ୍ୟାରେ ପୁଲିସ ରିଜର୍ଭ ଗ୍ରାଉଣ୍ଡରୁ ଏହି ଫ୍ଲାଗମାର୍ଚ୍ଚ  ବାହାରି ଜିଲ୍ଲା ସ୍କୁଲ, ପେନସନ ପଡ଼ା, ନେଲସନ୍‌ ମାଣ୍ଡେଲା,  ଜେଲଛକ, ଭୁତାପଡ଼ା ଦେଇ ଧନକଉଡ଼ାରେ ଶେଷ  ହୋଇଥିଲା । ଏଥିରେ କେନ୍ଦ୍ରୀୟ ଓ ରାଜ୍ୟ ସଶସ୍ତ୍ର ପୁଲିସ ବଳର  ମୋଟ୍‌ ୩୦ ପ୍ଲାଟୁନ୍‌ ଫୋର୍ସ ସାମିଲ ହୋଇଥିଲେ । ସମ୍ବଲପୁର  ସହରର ସମସ୍ତ ଥାନାର ଥାନାଧିକାରୀ ଓ ଅନ୍ୟ ପୁଲିସ  ଅଧିକାରୀମାନେ ଫ୍ଲାଗମାର୍ଚ୍ଚରେ ସାମିଲ ଥିଲେ । କେନ୍ଦ୍ରୀୟ  ଫୋର୍ସ ସୀମା ସୁରକ୍ଷା ବଳ (ବିଏସଏଫ)୪ କମ୍ପାନୀ, କେନ୍ଦ୍ରୀୟ  ରିଜର୍ଭ ପୁଲିସ ବଳ (ସିଆରପିଏଫ)ର ୨ କମ୍ପାନୀ ବିଶେଷ ଭାବେ ଦଙ୍ଗା ଓ ହିଂସା ପ୍ରଶମିତ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷିତ ‘ରାପିଡ୍‌  ଆକ୍ସନ ଫୋର୍ସ’ର ୩ କମ୍ପାନୀ ଫ୍ଲାଗମାର୍ଚ୍ଚକୁ ଲିଡ୍‌ କରିଥିଲେ ।  ସେହିଭଳି ରାଜ୍ୟ ସଶସ୍ତ୍ର ପୁଲିସ ବଳ ଯବାନମାନେ ମଧ୍ୟ  ଫ୍ଲାଗମାର୍ଚ୍ଚ କରିଥିଲେ । ଦଙ୍ଗା ନିରୋଧୀ ବାହନ ‘ବଜ୍ର’ ମଧ୍ୟ  ସମ୍ବଲପୁର ରାସ୍ତାରେ ନଜର ଆସିଥିଲା । 

ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି ସମଗ୍ର ସହର  କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିଛି । ସମ୍ବେଦନଶୀଳ  ସ୍ଥାନଗୁଡିକରେ ତ୍ରୁଟିଶୂନ୍ୟ ସୁରକ୍ଷା ବ୍ୟବସ୍ଥା ପାଇଁ ସମସ୍ତ  ପଦକ୍ଷେପ ଗ୍ରହଣ କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ହନୁମାନ  ଜୟନ୍ତୀ ପାଳନ କରାଯିବ । ଏହି ଉପଲକ୍ଷେ ପ୍ରତିଦିନ ପୁଲିସ  ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଉଛି । ପ୍ରଶାସନକୁ ଆଇନଶୃଙ୍ଖଳା  ବଜାୟ ରଖିବାରେ ସହଯୋଗ କରିବାକୁ ସହରବାସୀଙ୍କୁ  ନିବେଦନ କରାଯାଇଛି । ହନୁମାନ ଜୟନ୍ତୀ ଶେଷ ହେବା  ପର୍ଯ୍ୟନ୍ତ ସହରରେ ନିୟମିତ ବ୍ୟବଧାନରେ ଫ୍ଲାଗମାର୍ଚ୍ଚ ଓ ପାଟ୍ରୋଲିଂ ଜାରି ରହିବ ବୋଲି ଶ୍ରୀ ଲାଲ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.