ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ମଦ୍ୟପାନ କରି ଗାଡ଼ି ଚାଳନା ଏବଂ ଟ୍ରିପଲ ରାଇଡିଂ ବିରୋଧରେ ବ୍ରହ୍ମପୁର ପୁଲିସର ସ୍ପେଶାଲ୍ ଡ୍ରାଇଭ୍; ୨ ଦିନରେ ୭୩ଟି ନିୟମ ଉଲ୍ଲଙ୍ଘନ ମାମଲା

Published By : Rasmita Pradhan | June 12, 2025 12:45 PM

ବ୍ରହ୍ମପୁର, ୧୨/୦୬ : ମଦ୍ୟପାନ କରି ଗାଡି ଚାଳନା ଏବଂ ଟ୍ରିପଲ ରାଇଡିଂ ବିରୋଧରେ ବ୍ରହ୍ମପୁର ପୁଲିସର ସ୍ପେଶାଲ୍ ଡ୍ରାଇଭ୍। ୨ ଦିନରେ ୭୩ଟି ନିୟମ ଉଲ୍ଲଙ୍ଘନ ମାମଲା। ୨୬ ଟି ମଦ୍ୟପାନ କରି ଗାଡି ଚାଳନା ଏବଂ ୪୭ ଟି ଟ୍ରିପଲ୍ ରାଇଡିଂ ଓ ଅନ୍ୟାନ୍ୟ ନିୟମ ଉଲ୍ଲଙ୍ଘନ ହୋଇଛି। 

ସୂଚନାନୁଯାୟୀ, ମଦ୍ୟପାନ କରି ଗାଡି ଚାଳନା ଏବଂ ଟ୍ରିପଲ ରାଇଡିଂ ବିରୋଧରେ ବ୍ରହ୍ମପୁର ଜିଲ୍ଲା ପୁଲିସ ସବୁ ଥାନା ଅଞ୍ଚଳରେ ୧୦ ଏବଂ ୧୧ ତାରିଖରେ ସ୍ପେଶାଲ୍ ଡ୍ରାଇଭ୍ ଆରମ୍ଭ କରିଥିଲା। ଏହି ସମୟରେ ୨୬ ଜଣ ମଦ୍ୟପ ଗାଡି ଚାଳକ ମଦ୍ୟପାନ କରି ଗାଡି ଚଳାଇ ଧରାପଡ଼ିଥିଲେ। ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇ ଗାଡି ଜବତ କରାଯାଇଛି। ସେହିଭଳି ଟ୍ରିପଲ୍ ରାଇଡିଂ, ଗାଡି ଚାଳନା ବେଳେ ମୋବାଇଲ୍ ବ୍ୟବହାର କରି ୪୭ ଜଣ ଧରା ପଡ଼ିଛନ୍ତି। 

ଏହି ଦୁଇ ଦିନ ମଧ୍ୟରେ ଟ୍ରାଫିକ୍ ପୁଲିସ ୯, ବଡ଼ବଜାର ଥାନା ପୁଲିସ ୫, ଟାଉନ୍ ଥାନା ପୁଲିସ ୪, ଜରଡ଼ା ଥାନା ପୁଲିସ ୩ ଏବଂ ଦିଗପହଣ୍ଡି ଥାନା ପୁଲିସ ୨ ମଦୁଆ ଡ୍ରାଇଭର୍‌ଙ୍କୁ ଧରିବାରେ ସଫଳ ହୋଇଛି। ଟ୍ରାଫିକ୍ ଆଇନକୁ ସମସ୍ତେ ମାନିବାକୁ ନିବେଦନ କରାଯାଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.