ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ମହାପ୍ରଭୁଙ୍କୁ ଗଜାନନ ବେଶରେ ଦର୍ଶନ କଲେ ଭକ୍ତ, ଚନ୍ଦନଲାଗି ନୀତି ପାଇଁ ୪୦ କିଲୋ ଚନ୍ଦନ କାଠ ଦାନ କଲେ ଭକ୍ତ

Published By : Suraj Kumar | June 11, 2025 4:44 PM

ନୀଳଗିରି,୧୧/୬ : ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ସ୍ନାନମଣ୍ଡପରେ ବିରାଜମାନ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।୧୦୮ ସୁବାସିତ ଜଳରେ ସ୍ନାନକାର୍ଯ୍ୟ ସମାପନ ପରେ ଆଳତୀ ନୀତି ସମାପନ ହୋଇଛି।ଏହାପରେ ମହାପ୍ରଭୁ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।ପ୍ରବଳ ବର୍ଷା ଲାଗିଥିଲେ ମଧ୍ୟ ହଜାର ହଜାର ଭକ୍ତ ସ୍ନାନମଣ୍ଡପ କୁ ଯାଇ ଦର୍ଶନ କରି ଆଶିଷ ଲାଭ କରିଛନ୍ତି।

ସାଂସଦ ପ୍ରତାପ ଷଡ଼ଙ୍ଗୀ, ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ,ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ମହାପ୍ରଭୁଙ୍କ ଠାରୁ ଆଶିଷ କାମନା କରିଛନ୍ତି। ଆଜି ତିନିଠାକୁର ଅଣସରବରକୁ ଯିବାପରେ ଶ୍ରୀଅଙ୍ଗରେ ଚନ୍ଦନ ଲାଗି ନୀତି ସମାପନ ହେବ।ଚନ୍ଦନ କାଠକୁ ଆଖି ଆଗରେ ରଖି ବାହାନଗା ବ୍ଲକ କସବା ଜୟପୁର ପଂଚାୟତରେ  ତିନିପଡା ଗ୍ରାମର ମୁକ୍ତିକାନ୍ତ ପରିଡା , ପୁଅ,ଭଣଜା,ଝିଆରୀ ସହିତ ଆସି ୪୦ କେଜି ଚନ୍ଦନ କାଠ ମହାପ୍ରଭୁଙ୍କୁ ଦାନ କରିଛନ୍ତି।

ତିନି ଠାକୁରଙ୍କ ନୀତିକାନ୍ତି ପାଇଁ ଚନ୍ଦନ କାଠର ଅଭାବ ଥିବା ଖବର ପାଇ ସେ ବାଡିରୁ ଗଛକାଟି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିବା କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.