ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

କଟକ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

Published By : Ladu Kishor | June 12, 2025 6:42 PM

କଟକ୧୨/୬ : ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ରାଉତଙ୍କ ନେତୃତ୍ବରେ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ର ଛାତ୍ରୀ ଓ ପରିକ୍ଷାତ୍ରୀ ପାଇଁ ବସ୍ ଓ ଟ୍ରେନ ଭଡା ଛାଡ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯାଇଥିଲା। ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଦିନକୁ ଦିନ ବଜାର ଦର ବଢୁଥିବା ବେଳେ ଅଭିଭାବକ ମାନଙ୍କ ରୋଜଗାର କମି ଯାଉଛି । ସୁତରାଂ ଛାତ୍ରଛାତ୍ରୀ ମାନଙ୍କ ପଛା ଖର୍ଚ୍ଚ ଅଭିଭାବକଙ୍କ ନିକଟରେ କଷ୍ଟ ହେଇଯାଉଛି। ଛାତ୍ରଛାତ୍ରୀ ମାନେ ଟ୍ରେନ ଓ ବସ୍ ଭଡା ଦେବା ପାଇଁ ବହୁତ ଅସୁଭିଧାର ସମ୍ମୁଖୀନ ହଉଛନ୍ତି। ଏପରି କି ବହୁତ ପରିକ୍ଷାତ୍ରୀ ମାନେ ବସ୍ ବା ଟ୍ରେନ ଭଡା ଖର୍ଚ୍ଚ ଦେଇ ପାରୁନାହାଁନ୍ତି।

ଛାତ୍ରଛାତ୍ରୀ ଓ ପରିକ୍ଷାତ୍ରୀ ମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାରୀ ବସ୍ ଓ ଟ୍ରେନ ଭଡା ସମ୍ପୂର୍ଣ ଛାଡ ଏବଂ ଘରୋଇ ପରିବହନ ସଂସ୍ଥାରେ ୫୦ ପ୍ରତିଶତ ରିହାତି  କରାଯିବ ପାଇଁ ଦାବି କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆଡ଼ଭୋକେଟ ଡ. ବିପ୍ଳବ ଶିଳାଦିତ୍ୟ, ମନୋଜ ବିଶ୍ୱାଳ,ରାମଚନ୍ଦ୍ର ଗୋଛାୟତ, ଆଶୁତୋଷ ବରାଳ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଶିବ ଅଗ୍ରୱାଲ, ଅଭିଷେକ ପଟ୍ଟନାୟକ, ଅନୁପ ଦାଶ, ସତ୍ୟଜିତ ଦାସ, ସନ୍ତୋଷ କୁମାର ମହାପାତ୍ର, ୟଶ ଅଗ୍ରୱାଲ, ରାକେଶ କୁମାର ପତି, ଅଭିଷେକ ସାମଲ, ସମ୍ବିତ କୁମାର ଦଳେଇ, ସୁଭାଶିଷ ମିଶ୍ର, ପ୍ରଶାନ୍ତ ବେହେରା, ଅଭିଷେକ ଟୁଙ୍ଗାସାମନ୍ତ, ତାରା ପ୍ରସାଦ ପଟ୍ଟନାୟକ, ଦେବବ୍ରତ ସାହୁ, ଶ୍ରୀଧର ପଣ୍ଡା, ଚନ୍ଦ୍ରକାନ୍ତ ଖଟୁଆ, ନିର୍ମଳ ସାମଲ, ସୋମନାଥ ସାହୁ,ସୌରଭ ଜେନା, ରଞ୍ଜନ ସାମଲ, ଅରବିନ୍ଦ ବସ୍ତିଆ,ବିଭୁ ସାମଲ, ସତ୍ୟଜିତ ସେଠି ପ୍ରମୁଖ ଯୋଗଦାନ କରିଥିଲେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.