ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଚର୍ମ କର୍କଟ ଚିକିତ୍ସାରେ ମହୌଷଧି ପାଲଟିବ ଚିଲିକା ଦଳ, ରେଭେନ୍ସା ଜୁଲୋଜି ବିଭାଗ ଗବେଷଣାରୁ ମିଳିଛି ନୂଆ ତଥ୍ୟ

Published By : Prameya | June 10, 2025 1:21 PM

କଟକ,୧୦/୦୬: ଚର୍ମ କର୍କଟ (ସ୍କିନ୍‌ କ୍ୟାନ୍‌ସର୍‌)  ରୋଗର ନିୟନ୍ତ୍ରଣ ଓ ସଫଳ ଚିକିତ୍ସା ଦିଗରେ ଗବେଷଣା  କରି ରେଭେନ୍ସା ବିଶ୍ୱବିଦ୍ୟାଳୟ ଜୁଲୋଜି ବିଭାଗ ଏକ ନୂଆ  ତଥ୍ୟ ଉଦ୍‌ଭାବନ କରିଛି । ଚିଲିକା ଦଳରେ ଯେଉଁ ଶକ୍ତି ରହିଛି  ତାହା ଅଲ୍‌ଟ୍ରା ଭାଓଲେଟ୍‌ (ୟୁଭି)କୁ ପ୍ରତିହତ କରିପାରୁଛି ।  ସେଥିରେ ଆଣ୍ଟି ଅକ୍ସିଜେନ୍‌ ଏବଂ ଆଣ୍ଟି କ୍ୟାନ୍‌ସର୍‌ କ୍ଷମତା  ରହିଥିବାରୁ ତାହା କ୍ୟାନ୍‌ସରକୁ ସହଜରେ ପ୍ରତିହତ  କରିପାରୁଛି । ଏହାକୁ ନେଇ ଦୀର୍ଘ ୭ ବର୍ଷ ହେଲା ଲମ୍ବା  ଗବେଷଣା ପରେ ଏହାର ଔଷଧୀୟ ଗୁଣ ସ୍ପଷ୍ଟ ହୋଇଛି ।  ଏଣୁ ଏହାକୁ ଚର୍ମ କର୍କଟର ମହୌଷଧି ରୂପେ ବ୍ୟବହାର  କରାଯାଇ ପାରିବ ବୋଲି ରେଭେନ୍‌ସା ପ୍ରାଣୀ ବିଜ୍ଞାନ ବିଭାଗର  ଅଧ୍ୟାପକ ଡ. ସୌମ୍ୟରଞ୍ଜନ ଜେନା ସୂଚନା ଦେଇଛନ୍ତି ।

ଡ. ଜେନାଙ୍କ ସୂଚନା ମୁତାବକ, ଚିଲିକାରୁ ମିଳୁଥିବା  ଦଳ ଚର୍ମରୋଗ ଦୂରେଇବା ଦିଗରେ ଭଲ କାମ କରୁଛି ।  ଏହା ଦ୍ୱାରା ଚର୍ମ ରୋଗରୁ ରୋଗୀ ଆଶ୍ୱସ୍ତ ହୋଇପାରିବେ ।  ଏଥିରେ ମାଇକ୍ରୋସ୍ପୋରିନ୍‌ ଓ ଆମିନୋ ଏସିଡ୍‌ କମ୍ପାଉଣ୍ଡ  ରହିଛି । ଯାହା ଚର୍ମ ରୋଗକୁ ନିୟନ୍ତ୍ରଣ କରିପାରିବ । ଚିଲିକା  ଦଳରୁ ଏହି କମ୍ପାଉଣ୍ଡ ଆମେ ଖୋଜି ପାଇଛୁ ବୋଲି ସେ  କହିଛନ୍ତି । ଚର୍ମ କର୍କଟ ରୋଗର ସଫଳ ଚିକିତ୍ସା ନିମନ୍ତେ ୨୦୧୪ ମସିହାରୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ଜୁଲୋଜି  ବିଭାଗରେ ଏହି ଗବେଷଣା ଆରମ୍ଭ ହୋଇଥିଲା । ବିଭାଗର  ଡ. ସୌମ୍ୟରଞ୍ଜନ ଜେନା ଓ ପ୍ରଫେସର ଲୁନା ସାମନ୍ତ, ଉତ୍କଳ  ବିଶ୍ୱବିଦ୍ୟାଳୟର ପ୍ରଫେସର ଶିବ ପ୍ରସାଦ ଅଧିକାରୀ ଏବଂ ଡ.  ଜ୍ୟୋସ୍ନାରାଣୀ ପ୍ରଧାନ ଗବେଷଣା ଚଳାଇଥିଲେ । ଗବେଷଣା  ପରେ ଅନୁଧ୍ୟାନ ଲାଗି ୨୦୨୧ରେ ବିଶ୍ୱବିଦ୍ୟାଳୟ ପକ୍ଷରୁ  କେନ୍ଦ୍ର ସରକାରଙ୍କ ପେଟେଣ୍ଟ କାର୍ଯ୍ୟାଳୟକୁ ସାଇଣ୍ଟିଫିକ୍‌ ତଥ୍ୟ  ପଠାଯାଇଥିଲା । ଗବେଷଣା ଠିକ୍‌ ଥିବାରୁ ଔଷଧ ସାମଗ୍ରୀ ପ୍ରସ୍ତୁତି  ଲାଗି ଗବେଷକମାନେ ପେଟେଣ୍ଟ ପାଇଁ ଆବେଦନ କରିଥିଲେ ।  ୨୦୨୫ ଫେବ୍ରୁଆରୀରେ ପେଟେଣ୍ଟ କାର୍ଯ୍ୟାଳୟ ଏହି ଆବେଦନ  ଉପରେ ମୋହର ମାରିଥିବାରୁ ଔଷଧ ପ୍ରସ୍ତୁତି ଲାଗି ବାଟ ଫିଟିଛି ।  ଗବେଷକମାନେ ଚର୍ମ କର୍କଟ ଚିକିତ୍ସା ନିମନ୍ତେ ଲୋସନ୍‌ ପ୍ରସ୍ତୁତି  କରିବା ଲାଗି ଔଷଧ ନିର୍ମାଣକାରୀ କମ୍ପାନି ସହ ଚୁକ୍ତିନାମା  କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି ଡ. ଜେନା କହିଛନ୍ତି ।  

ଗବେଷକ ଡ. ଜେନାଙ୍କ କହିବାନୁସାରେ, ଚର୍ମ କର୍କଟ  ସାଧାରଣତଃ ଚର୍ମର ତନ୍ତୁ ମଧ୍ୟରେ ମାଲିଗ୍ନାଣ୍ଟ କୋଷ ଗୁଡ଼ିକର  ଅସ୍ୱାଭାବିକ ବୃଦ୍ଧି ଯୋଗୁଁ ହୋଇଥାଏ । ଏହା ମୁଖ୍ୟତଃ ସୂର୍ଯ୍ୟ କିରଣ  ସହ ଜଡ଼ିତ । ଦିନକୁ ଦିନ ବୈଶ୍ୱିକ ଉତ୍ତାପ ବଢି ଚାଲିଛି । ଫଳରେ  ଏହାର ପ୍ରଭାବ ମନୁଷ୍ୟ ଶରୀର ଉପରେ ଅଧିକ ମାତ୍ରାରେ  ପଡୁଛି । ସେହିପରି ଏବେ ଯୁବପିଢ଼ିଙ୍କ ସମେତ ସମାଜର ବିଭିନ୍ନ  ବର୍ଗରେ କସମେଟିକ୍‌ ସାମଗ୍ରୀ ବ୍ୟବହାର ବଢ଼ିଛି । ମୁହଁରେ ବିଭିନ୍ନ  ପ୍ରକାର ପାଉଡର୍‌ ଓ ଲୋସନ୍‌ ପ୍ରାୟ ଅଧିକାଂଶ ଲୋକ ବ୍ୟବହାର  କରୁଛନ୍ତି । ମନଇଚ୍ଛା ଲୋସନ୍‌ ବ୍ୟବହାର ଦ୍ୱାରା ଏହା ଚର୍ମ  ଉପରେ କୁପ୍ରଭାବ ପକାଉଛି । ସୂର୍ଯ୍ୟଙ୍କ ବିକିରଣ ଆଉ କେମିକାଲ୍‌  ମିଶ୍ରିତ କସ୍‌ମେଟିକ ସାମଗ୍ରୀରୁ ଆମେ ଅନେକ ମାତ୍ରାରେ  ପ୍ରଭାବିତ ହେଉଛୁ । ଏହି କାରଣରୁ ଚର୍ମ କ୍ୟାନ୍‌ସର ଭଳି  ମାରାତ୍ମକ ରୋଗର ଲୋକେ ଶିକାର ହେବାର ଆଶଙ୍କା ରହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.