ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଗୋମାଂସ କଟାକୁ ବିରୋଧ କଲା ବଜରଙ୍ଗ ଦଳ ; ଥାନାରେ ଅଭିଯୋଗ, ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା

Published By : Gurupada Nath | June 7, 2025 9:13 PM

କୁଜଙ୍ଗ,୭/୬ : ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଇଭିରିସିଂ ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । କିଛି ଲୋକ ଗୋମାତାମାନଙ୍କୁ ନିର୍ମମ ଭାବେ ହତ୍ୟା କରି ଗୋ ମାଂସ ପ୍ରସ୍ତୁତ କରୁଥିଲେ । ତେବେ ଏହି ଖବର ଏରସମା ଓ କୁଜଙ୍ଗ ପ୍ରଖଣ୍ଡ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ବିରୋଧ ପ୍ରଦର୍ଶନ କରିବାରୁ ସେମାନେ ଧମକ ଚମକ୍ ଦେବା ସହ ସେଠାରୁ ପଳାଇ ଯାଇଥିଲେ । 

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ମୁଖ୍ୟ ରାସ୍ତା ଅବରୋଧ କରାଯିବା ସହ ଉତ୍ତେଜନା ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଥିଲା। ପରେ ସ୍ଥାନୀୟ ପୋଲିସ ଖବରପାଇ ସେଠାରେ ପହଞ୍ଚି ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ୩ଜଣ ଲୋକଙ୍କୁ ପୋଲିସ ଉଠାଇ ନେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା । ଏ ସମ୍ପର୍କରେ ତିର୍ତୋଲ ଥାନାରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ସିଦ୍ଧାନ୍ତ ମଲ୍ଲିକ ଲିଖିତ ଅଭିଯୋଗ କରିଛନ୍ତି । ଶ୍ରୀ ମଲ୍ଲିକ ଅଭିଯୋଗ ଆଣିଛନ୍ତି ଯେ, ଆଜି ଅପରାହ୍ନ ସମୟରେ ଇଭିରିସିଂ ଗ୍ରାମର ଏକ ପଡ଼ିଆରେ ସହ ସାଥୀମାନଙ୍କ ସହ କ୍ରିକେଟ ଖେଳୁଥିଲେ। ହଠାତ୍ ପଡ଼ିଆ ପାର୍ଶ୍ବରେ କିଛି ଶବ୍ଦ ଶୁଣି ବାକୁ ମିଳିଥିଲା । 

ଫଳରେ ଶ୍ରୀ ମଲ୍ଲିକ ସେଠାକୁ ଯାଇ ଦେଖିବାବେଳକୁ କିଛି ଲୋକ ଗୋମାଂସ କାଟୁ ଥିଲେ। ଏହା ଦେଖିବା ପରେ ସେ ଭିଡ଼ିଓ ଉତ୍ତୋଳନ କରିବା ସହ ସାଥୀମାନଙ୍କୁ ସୂଚନା ଦେଇଥିଲେ । ସେଠାରେ ସାଥୀମାନେ ପହଞ୍ଚିବା ମାତ୍ରେ ସେମାନେ କାଟୁଥିବା ଗୋ ମାଂସ ନେଇ ଚମ୍ପଟ ମାରିଥିଲେ । ପରେ କିଛି ଯୁବକ ପହଞ୍ଚି ଶ୍ରୀ ମଲ୍ଲିକଙ୍କ ସମେତ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ଧମକ ଚମକ୍ ଦେଇଥିଲେ । ଏହାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଉପୁଜିଥିବାବେଳେ ସ୍ଵେଚ୍ଛାସେବୀ ଯୁବକମାନେ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଖବରପାଇ ତିର୍ତୋଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ଗୋମାଂସର କିଛି ଅଂଶ ଜବତ କରିବା ସହ ଏହି ବେଆଇନ କାରବାର ସନ୍ଦେହରେ ୩ଜଣଙ୍କୁ ଉଠାଇ ନେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.