ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ପ୍ରତିଶୋଧ ପରାୟଣ ହୋଇ ମୋବାଇଲ ଦୋକାନରୁ କରିଥିଲେ ଲୁଟ୍, ୧୩ ମୋବାଇଲ ସହ ଯୁବକଙ୍କୁ ବାନ୍ଧିଲା ପୁଲିସ

Published By : Prameya | June 17, 2025 3:31 PM

ଦାରିଙ୍ଗବାଡି,୧୭/୬: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ତିନି ଛକ ସ୍ଥିତ ଲକ୍ଷ୍ମୀ ବଜାରର ଏକ ମୋବାଇଲ ଦୋକାନରୁ ଚୋରି ଘଟଣା।  ଜଣେ ଅଭିଯୁକ୍ତକୁ ଗିରଫ କଲା ଦାରିଙ୍ଗବାଡି ପୁଲିସ। ଅଭିଯୁକ୍ତ ନିକଟରୁ ୧୩ ମୋବାଇଲ ସହ ଗୋଟିଏ ବ୍ୟାଗ ଜବତ କରାଯାଇଛି। ଏଥିସହିତ ଚୋରିରେ ବ୍ୟବହାର ହୋଇଥିବା ଯନ୍ତ୍ରାଂଶ ଜବତ କରିଥିବା ଥାନା ଅଧିକାରୀ କନକ ମାଝୀ ସୂଚନା ଦେଇଛନ୍ତି । ଗିରଫ ଯୁବକ ହେଲେ ପ୍ଲିହେରି ଗ୍ରାମର କାଶୀନାଥ ପ୍ରଧାନଙ୍କ ପୁଅ ସୁରିଆ ପ୍ରଧାନ (୧୯) । 

ପୁଲିସ ସୂଚନା ଅନୁଯାୟୀ, ସୁରିଆ ପ୍ରଧାନ କିଛି ବର୍ଷ ପୂର୍ବେ ଅଜିତ ସାହୁଙ୍କ ମୋବାଇଲ ଦୋକାନରୁ ଏକ ମୋବାଇଲ ଫାଇନାନ୍ସ ଜରିଆରେ ଋଣ କରି ନେଇ ଥିଲେ । ଋଣ ଟଙ୍କା ଶୁଝିବା ପରେ ବି ଋଣ କିସ୍ତି ବାନ୍ଧିବା ନେଇ ସୁରିଆ ମୋବାଇଲକୁ ବାରମ୍ବାର ମେସେଜ ଆସିଥିଲା । ଏନେଇ ସୁରିଆ ଅଜିତଙ୍କ ମୋବାଇଲ ଦୋକାନକୁ ଯାଇ ଅଭିଯୋଗ କରିଥିଲେ। ହେଲେ ଏହାର କୌଣସି ସମାଧାନ ନକରି ମୋବାଇଲରେ ଥିବା ପାଠ୍ୟ ସମ୍ପର୍କିତ ତଥ୍ୟ ଡିଲିଟ ମାରି ଦେଇଥିଲେ । ଫଳରେ ସୁରିଆ ପ୍ରଧାନଙ୍କ ଅନଲାଇନ ପାଠ ପଢ଼ାରେ ସମସ୍ୟା ଦେଖା ଦେଇଥିଲା। ଏହା ରାଗ ରଖି ପ୍ରତିଶୋଧ ପରାୟଣ ହୋଇ ଗତ ମାସ ୨୫ ତାରିଖ ଦିନ ବିଳମ୍ବିତ ରାତିରେ ଅଜିତ ସାହୁଙ୍କ ମୋବାଇଲ ଦୋକାନ ଭାଙ୍ଗି ୧୩ ଗୋଟି ମୋବାଇଲ ସହ ଏକ ବ୍ୟାଗ ଚୋରି କରିଥିଲେ।  ପୁଲିସ ଚୋରି ହୋଇଥିବା ମୋବାଇଲ ନମ୍ବରର ଆଇଏମଇଆଇ ନମ୍ୱରରୁ ଟ୍ରାକ୍ କରିବା ପରେ ସୁରିଆକୁ ଗିରଫ କରିଥିଲା। ସୁରିଆକୁ ପୁଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ।  ଏନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପୁଲିସ ସୂଚନା ଦେଇଛି । ଏହି ସମ୍ମିଳନୀରେ ଏଏସଆଇ ପି. ଶ୍ରୀନିବାସ ରାଓ, ଅର୍ଜୁନ ଶବର ପ୍ରମୁଖ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.