ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ପ୍ରେମରେ ବିଫଳ ପରେ ଜୀବନ ହାରିଲେ DJ ଅପରେଟର, ଇନ୍‌ଷ୍ଟାଗ୍ରାମରେ ଷ୍ଟାଟସ୍‌ ରଖି ଝୁଲିପଡ଼ିଲେ...

Published By : Prameya | June 23, 2025 11:05 AM

ଭୁବନେଶ୍ୱର,୨୩/୦୬: ଆଉ ଲାଇଫ୍‌ରେ କେବେ ବି ତୁ ମତେ ଦେଖିବାକୁ ପାଇବୁନି । ସବୁଦିନ ପାଇଁ  ଏ ଦୁନିଆ ଛାଡି ଦେଉଛି । ତୁ ତୋ ନୂଆ  ଲାଇଫ୍‌ ପାର୍ଟନର ସହ ଖୁସିରେ ରହ ।  ମିସ୍‌ ୟୁ ଲୋ ଗେଲୁ ... ଇନ୍‌ଷ୍ଟାଗ୍ରାମ୍‌ରେ  ଏଭଳି ବିରହଭରା ଷ୍ଟାଟସ୍‌ ରଖି ଜଣେ  ଯୁବକ ଜୀବନ ହାରିଛନ୍ତି । ରାଜଧାନୀ  ଉପକଣ୍ଠ ସୁନ୍ଦରପଦା ଅଞ୍ଚଳର ବିରିବନ୍ଧ  ଗାଁରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ।  ମୃତକଜଣକ ହେଲେ, ପ୍ରିୟବ୍ରତ  ପ୍ରଧାନ । ସେ ଡିଜେ ଅପରେଟ୍‌ର  ଥିଲେ ।  

ସୂଚନା ମୁତାବକ, ସେ ଉକ୍ତ  ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଭଲ ପାଉଥିଲେ । ବାରମ୍ବାର ପ୍ରେମ ନିବେଦନ କରିବା ପରେ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଆରମ୍ଭ ହେଲା । ଛାତ୍ରୀଜଣକ କିଛି ମାସ  ପରେ ତାଙ୍କ କ୍ଲାସ୍‌ର ଆଉ ଜଣଙ୍କୁ ପ୍ରେମ କରିବାକୁ ଲାଗିଲେ । ଏହା ଜାଣିବା ପରେ ପ୍ରିୟବ୍ରତ ଦୁଃଖରେ ଭାଙ୍ଗି ପଡିଥିଲେ । ପ୍ରିୟବ୍ରତ ଅନେକ ଚେଷ୍ଟା କରିବା ସତ୍ତେ୍ୱ ଛାତ୍ରୀଙ୍କ ନିକଟତର ହୋଇପାରିଲେନି । ଗତକାଲି ରାତିରେ  ସେ ନିଜ ବେକରେ ଗାମୁଛା ଗୁଡ଼ାଇ  ଫ୍ୟାନ୍‌ରେ ଝୁଲିପଡ଼ିଲେ । ଏୟାରଫିଲ୍ଡ  ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି  ପ୍ରିୟବ୍ରତଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର  କରିଥିଲା । କ୍ୟାପିଟାଲ ହସ୍ପିଟାଲରେ  ଶବ ବ୍ୟବଚ୍ଛେଦ କରାଯିବା ପରେ  ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର  କରାଯାଇଛି । ପୁଲିସ ଏକ ଅପମୃତ୍ୟୁ  ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.