ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବର୍ଷା ଆସିଲେ ବଢେ ଫଙ୍ଗାଲ ସଂକ୍ରମଣ, ଜାଣନ୍ତୁ କିପରି ପାଇବେ ସୁରକ୍ଷା

Published By : Krishna Priya | June 23, 2025 2:23 PM

ଭୁବନେଶ୍ୱର ୨୩/୦୬: ବର୍ଷା ଆସିଲେ ଥଣ୍ଡା ପବନ ସହ ସବୁଜିମାରେ ଭରି ଯାଏ ଧରାପୃଷ୍ଠ । ଗରମ  ପରେ ହଠାତ୍‌ ଥଣ୍ଡା ଆସିବା ସହ ଅନେକ ସମସ୍ୟା ମଧ୍ୟ ନେଇ ଆସିଥାଏ, ଯାହା  ସାଧାରଣରେ ଖୁବ୍‌ ଚ୍ୟାଲେଞ୍ଜିଂ ହୋଇପଡେ । ଏସବୁ ଭିତରେ ରହିଥାଏ ଫଙ୍ଗାଲ୍‌ ସଂକ୍ରମଣଜନିତ ସମସ୍ୟା ।  ବର୍ଷା ଋତୁରେ ସଂକ୍ରମଣ ସମସ୍ୟା ବଢିଯାଇଥାଏ । ତେଣୁ ଏଥିପ୍ରତି ବିଶେଷ  ଧ୍ୟାନ ଦେବା ସହ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସଫାସୁତରା ପ୍ରତି ଅଧିକ   ଧ୍ୟାନ ଦେବା ଉଚିତ୍‌ । ତେବେ ଏ ପ୍ରଶ୍ନ ମନରେ ନିଶ୍ଚୟ ଆସେ ଯେ ବର୍ଷାଦିନେ  ଫଙ୍ଗାଲ ସଂକ୍ରମଣ କାହିଁକି ବଢିଥାଏ?  

କାହିଁକି ବଢେ?  

କ୍ଲିଭ୍‌ଲ୍ୟାଣ୍ଡ କ୍ଲିନିକ୍‌ ଅନୁସାରେ, ଫଙ୍ଗାଲ୍‌ ସଂକ୍ରମଣ ଶରୀରର ଯେକୌଣସି  ଅଙ୍ଗରେ ହୋଇପାରେ । ଯେପରିକି ପାଦର ଆଙ୍ଗୁଳିର ମଧ୍ୟ ଭାଗରେ, ବେକ,  ପିଠି, କାଖତଳ ଓ ଜଙ୍ଘ ଆଖପାଖ ଆଦି । ଏହି ସମସ୍ୟା ବଢିବାର ମୁଖ୍ୟ କାରଣ   ଆର୍ଦ୍ରତା ଓ ଝାଳ । ବର୍ଷାଦିନେ ଯେତେବେଳେ ବାୟୁମଣ୍ଡଳରେ ଆର୍ଦ୍ରତା ବଢିଯାଏ,  ଶରୀର ଶୀଘ୍ର ଝାଳକୁ ଶୁଖାଇ ପାରେନା । ଫଳରେ ଫଙ୍ଗାଲ ସଂକ୍ରମଣ ତୀବ୍ର  ବେଗରେ ବଢିଥାଏ । ଏହି ସମୟରେ ପିନ୍ଧିଥିବା ପୋଷାକ ଶୀଘ୍ର ଶୁଖିପାରେନା ।  ଯଦି ଶରୀରରେ ଅଧିକ ସମୟ ଯାଏ ଓଦା ପୋଷାକ ରହେ, ତେବେ ବ୍ୟାକ୍ଟେରିଆ   ଶରୀରର ସେହି ଭାଗରେ ସହଜରେ ବ୍ୟାପିଥାନ୍ତି । କାରଣ ଏହି ଋତୁ ହିଁ ଫଙ୍ଗାଲ  ସଂକ୍ରମଣ ପାଇଁ ବେଶ୍‌ ପ୍ରକୃଷ୍ଠ ସମୟ । 

କ'ଣ ରହିଛି ଲକ୍ଷଣ? 

ବିଶେଷକରି ଝାଳ ବାହାରୁଥିବା ସ୍ଥାନ ବାରମ୍ବାର କୁଣ୍ଡାଇ ହେବା, ତ୍ୱଚା ଫାଟିବା  ବା କଟିଯିବା, କେବେ କେବେ ଗନ୍ଧ ହେବା, ଜ୍ୱଳନର ଅନୁଭବ, ସମୟରେ  ଚିକିତ୍ସା କରା ନଗଲେ ସଂକ୍ରମଣ ମାଡି ଚାଲେ । 

ସଂକ୍ରମଣର ରକ୍ଷା ପାଇବେ :

ସଂକ୍ରମଣରୁ ରକ୍ଷା ପାଇବା ପାଇଁ ତ୍ୱଚାକୁ ଶୁଖିଲା ଓ ସଫା  ରଖିବା, ସ୍ନାନ କରିବା ପରେ କାଖତଳ, ବେକ, ପାଦ  ଆଙ୍ଗୁଳିର ମଧ୍ୟଭାଗକୁ ଭଲଭାବେ ପୋଛିବା, ତ୍ୱଚା  ଓଦାଳିଆ ରହିବା ଦ୍ୱାରା ସଂକ୍ରମଣ ବଢିଥାଏ,  ତେବେ ତ୍ୱଚାର ଶୁଷ୍କତା ପ୍ରତି ବିଶେଷ ଧ୍ୟାନ  ଦେବା ଉଚିତ୍‌ । ସେହିପରି ଢିଲା ଓ ସୂତା  ପୋଷାକକୁ ଗୁରୁତ୍ୱ ଦେବା ଜରୁରି । କାରଣ  ସିନ୍ଥେଟିକ୍‌ ପୋଷାକ ଝାଳ ଶୁଖାଇ ନଥାଏ । ଓଦା ପୋଷାକ ଓ ଜୋତା   ତୁରନ୍ତ ବଦଳାନ୍ତୁ । ସଂକ୍ରମଣ ବିଶେଷକରି ଆଥ୍‌ଲେଟ୍‌ ଫୁଟ୍‌ ହେବାର ଆଶଙ୍କା  ବଢିଥାଏ । ଏଥିପାଇଁ ଆଣ୍ଟି-ଫଙ୍ଗାଲ୍‌ ପାଉଡର ବା କ୍ରିମ୍‌ ବ୍ୟବହାର କରିପାରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.