ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବୟସ୍କ କରିଦିଏ ପିଠି ଯନ୍ତ୍ରଣା, କରନ୍ତୁ ଏହି ବ୍ୟାୟାମ, ରହିବେ ଫିଟ୍‌

Published By : Krishna Priya | June 20, 2025 2:59 PM

ଭୁବନେଶ୍ୱର ୨୦/୦୬: ଦିନଥିଲା ଏକ ନିର୍ଦ୍ଧିଷ୍ଟ ବୟସ ପରେ ପିଠି ଯନ୍ତ୍ରଣା ବା ବ୍ୟାକ୍‌ ପେନ୍‌ ଲୋକମାନଙ୍କୁ ଅତିଷ୍ଠ କରୁଥିଲା । ପ୍ରାୟ ୮୦ ପ୍ରତିଶତ ଲୋକ ଜୀବନକାଳରେ ଥରେ ଅଧେ ଏହି ଯନ୍ତ୍ରଣା ନିଶ୍ଚୟ ଭୋଗିଥାନ୍ତି । ଏହି ଯନ୍ତ୍ରଣା ଆରମ୍ଭ ହେଲେ ସାରା ଦିନଚର୍ଯ୍ୟା ପ୍ରଭାବିତ ହୋଇଥାଏ । କାରଣ ସାରାଦିନ ବସିବା, ଉଠିବା, ନଇଁବା ଆଦି ବିଭିନ୍ନ କାମ କଷ୍ଟକର ହୋଇପଡେ । ଏହି ସ୍ଥିତିରେ ପ୍ରାୟ ଲୋକ ପେନ୍‌ କିଲର୍‌ ଖାଇ ଯନ୍ତ୍ରଣାକୁ ତୁରନ୍ତ କମ୍‌ କରିବାକୁ ପ୍ରୟାସ କରିଥାନ୍ତି । କିନ୍ତୁ ପେନ୍‌ କିଲର୍‌ ଖାଇ ଏହାକୁ ଚାପିବା ଦ୍ୱାରା କିଛିଦିନ ପରେ ପୁଣି ଯନ୍ତ୍ରଣା ଅନୁଭବ ହୋଇଥାଏ । 

ଆଜିକାଲି ବ୍ୟସ୍ତବହୁଳ ଜୀବନ ଯୋଗୁ କୌଣସି ଶାରିରୀକ ଶ୍ରମ କରିବାକୁ ଲୋକମାନଙ୍କ ପାଖରେ ସମୟ ନାହିଁ, ଯାହାର ପରିଣତି ହେଉଛି କମ୍‌ ବୟସରୁ ସେମାନଙ୍କ ବୟସ ବଢିଚାଲିଛି । କିନ୍ତୁ ଏହାକୁ ଆପଣ ନିୟନ୍ତ୍ରଣ କରିପାରିବେ । ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଦିନକୁ ନିଜ ପାଇଁ ୧୦ରୁ ୧୫ ମିନିଟ୍‌ ସମୟ ନିଶ୍ଚୟ ଦିଅନ୍ତୁ । ନିୟମିତ ଏହି ସମୟରେ ବ୍ୟାୟାମ କରିବା ଦ୍ୱାରା ଆପଣଙ୍କ ଶରୀର ଫିଟ୍‌ ରହିବା ସହ ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ । ଚାଲନ୍ତୁ ଜାଣିବା ଏମିତି କେତେକ ବ୍ୟାୟାମ ବିଷୟରେ... 

କ୍ୟାଟ୍‌ ଷ୍ଟ୍ରେଚ୍‌ :

ଏହି ଷ୍ଟ୍ରେଚ୍‌ କରିବା ଦ୍ୱାରା ପିଠିପଟେ ଟାଣି ହେବା ପରି ଅନୁଭବ ହୋଇଥାଏ । ଯାହାଦ୍ୱାରା ପିଠିପଟ ମଜଭୁତ ହେବା ସହ ମାଂସପେଶୀକୁ ସ୍ୱାଭାବିକ୍‌ କରିବାରେ ସହଯୋଗ କରିଥାଏ । ଏହା ମେରୁଦଣ୍ଡର ନମନୀୟତା ବଢିଥାଏ । ଏହି ବ୍ୟାୟାମ କରିବା ପାଇଁ ପ୍ରଥମେ ବିଲେଇ ପରି ହାତ ଓ ପାଦରେ ଭାର ଦେଇ ବସିପଡନ୍ତୁ । ଏବେ ବିଲେଇ ବା କ୍ୟାଟ୍‌ ପରି ନିଜ ଅଣ୍ଟା ବା ପେଟର ନିମ୍ନ ଭାବଭାଗ ଆଡକୁ ନେବା ସହ ଲୋୟର ବ୍ୟାକ୍‌ ଅଂଶକୁ ଓଟ ପରି ଉପର ଆଡକୁ ନିଅନ୍ତୁ । ଏହି କ୍ୟାଟ୍‌କ୍ୟାମେଲ୍‌ ପ୍ରକ୍ରିୟାକୁ ବାରମ୍ବାର ଦୋହରାନ୍ତୁ । 

ଲୋୟର ବ୍ୟାକ୍‌ ରୋଟେସନାଲ୍‌ ଷ୍ଟ୍ରେଚ୍‌ :

ଏହି ବ୍ୟାୟାମ ମେରୁଦଣ୍ଡକୁ ସପୋର୍ଟ ଦେଇଥାଏ ଏବଂ ମାଂସପେଶୀକୁ ରିଲାକ୍ସ କରିଥାଏ । ଏଥିପାଇଁ ଯୋଗ ମ୍ୟାଟ୍‌ ଉପରେ ଶୋଇପଡି ଦୁଇ ହାତକୁ ସଂପ୍ରସାରିତ କରିଦିଅନ୍ତୁ । ଗୋଟିଏ ଗୋଡ ଉଠାଇ ୯୦ ଡିଗ୍ରୀର କୋଣ କରି ଅନ୍ୟ ଗୋଡ ଉପରେ ରଖନ୍ତୁ । କିଛି ସମୟ ପରେ ଅନ୍ୟ ଗୋଡରେ ଏହି ପ୍ରକ୍ରିୟାକୁ ଦୋହରାନ୍ତୁ । ଏହି ପ୍ରକ୍ରିୟାକୁ ଉଭୟ ପଟେ ୧୦ରୁ ୧୨ ଥର ଯାଏ କରିପାରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.