ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଭୋଜି କରି ଫେରୁଥିଲେ, ବଜ୍ରପାତରେ ୨ ମହିଳା ମୃତ

Published By : Suraj Kumar | June 16, 2025 9:34 PM

ଗୁଣପୁର,୧୬l୬(ଆପ୍ର) : ରଜ ଉପଲକ୍ଷେ ଭୋଜି କରି ଫେରୁଥିବା ବେଳେ ଅଘଟଣ।ଗୁଡାରି ସହର ନିକଟସ୍ଥ ଭାଟିଆ ବିଲ ଗ୍ରାମ ନିକଟରେ ଭୋଜି କରି ଫେରିବା ବେଳେ ବଜ୍ରପାତର ଶିକାର ହୋଇ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଜଣେ  ଯୁବତୀ ଗୁରୁତର ହୋଇଛନ୍ତି। ମୃତ ମହିଳା ଜଣକ ହେଲେ  ଗୁଡାରି ମିଲିଢେପ ସାହିର ସୋନାଲି ଗଉଡ, ରୁପାଲି ଗଉଡ।  ଗୁରୁତର ଜଣକ ହେଲେ ଯୁବତୀ କାଜଲ ଗଉଡ ।

ରଜ ଉପଲକ୍ଷେ ୪୦ ଜଣ ମହିଳା ଗୁଡାରି ସହର ନିକଟସ୍ଥ ଭାଟିଆ ବିଲ ଗ୍ରାମ ନିକଟରେ ଭୋଜି କରି ଫେରୁଥିଲେ। ବାଟରେ ବଜ୍ରପାତ ହେବାରୁ ତିନି ଜଣ ଗୁରୁତର ହୋଇଥିଲେ।  ଗୁରୁତର ଅବସ୍ଥାରେ ସେମାନଙ୍କୁ  ଗୁଡାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁଣପୁର ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା।  ତିନି ଜଣ ଗୁରୁତର ମଧ୍ୟରୁ ଗୁଣୁପୁର ମେଡିକାଲରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା।  ଅନ୍ୟ ଜଣେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ୍ ସ୍ଥାନାନ୍ତରିତ କରାଯାଇଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.