ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଝାଡ଼ଖଣ୍ଡରୁ ନିଖୋଜ, ଜାରକାରୁ ଉଦ୍ଧାର ; ବର୍ଷକ ତଳୁ ନିଖୋଜ ପୁଅକୁ ଫେରି ପାଇଲେ ପରିବାର ଲୋକ

Published By : Gurupada Nath | June 25, 2025 7:53 PM

ଧର୍ମଶାଳା,୨୫/୬  : ଝାଡ଼ଖଣ୍ଡ ରାଜ୍ୟର ସୁରଜ୍ ଟପୋ( ୨୮)। ମାନସିକ ବିକୃତ ପରେ ଘରୁ କେଉଁ ଆଡେ ଚାଲି ଯାଇଥିଲେ। ବର୍ଷେ ହେବ ପରିବାର ଲୋକ ବିଭିନ୍ନ ସ୍ଥାନ ଖୋଜି ଖୋଜି ନୟାନ୍ତ। ଶେଷରେ ନିରାଶ ପରେ ସୁରଜର ପୁନର୍ବାର ଘରକୁ ଫେରିବା ନେଇ ଆଶା ଛାଡି ଦେଇଥିଲେ। କଥାରେ ଅଛି ରଖେ ହରି ମାରେ କିଏ। ଏମିତି ଏକ ସମୟରେ ଦେବଦୂତ ହୋଇ ଠିଆ ହୋଇଥିଲେ ଧର୍ମଶାଳା ଅଞ୍ଚଳର ଯୁବ ସାମ୍ବାଦିକ ରଞ୍ଜନ କୁମାର ଓଝା ଓ ତାଙ୍କ ସାଥୀ ମାନେ। ତାଙ୍କ ପାଇଁ ସୁରଜଙ୍କୁ ବର୍ଷକ ପରେ ଫେରି ପାଇଛନ୍ତି ତାଙ୍କ ପରିବାର ଲୋକ। 

ଘଟଣାଟି ଥିଲା ଏମିତି,  ଗତ ଦୁଇ ଦିନ ତଳେ ରଞ୍ଜନ, ଚନ୍ଦନ ଓ ଜ୍ୟୋତି ପ୍ରକାଶ କାର୍ଯ୍ୟରୁ ଫେରୁଥିବାବେଳେ ରାତିରେ ଭାଲୁଖାଇ ଗଳି ପୋଲ ତଳେ ଜଣେ ଯୁବକ ବର୍ଷାରେ ଭିଜି ଭିଜି ବସିଥିବା ଦେଖିବାକୁ ପାଇବା ପରେ ତା ନିକଟକୁ ଯାଇଥିଲେ। ତାକୁ ଖାଇବାକୁ ଦେବା ସହ ବହୁତ ସମୟ ଧରି ପଚରାଉଚରା କରିବା ପରେ ତା ଘର ଝାଡ଼ଖଣ୍ଡ କହିବା ସହ ୪ଟି ମୋବାଇଲ ନମ୍ବର ଦେଇଥିଲା। ସେଥି ମଧ୍ୟରୁ ଗୋଟିଏ ନମ୍ବର ଲାଗିଥିଲା। ଯାହା ସୁରଜଙ୍କ ଖୁଡି ଙ୍କର ଥିଲା। ତାଙ୍କୁ ରଞ୍ଜନ ସବୁ କଥା କହିବା ପରେ ସେମାନେ ଯୋଗାଯୋଗ କରି ଘରୁ ବାହାରି ଥିଲେ। ଆଜି ମଧ୍ୟାହ୍ନରେ ସୁରଜଙ୍କ ଦାଦା ଓ ଭାଇ ଜାରକାଠାରେ ପହଞ୍ଚିବା ପରେ ଜାରକା ବିଟ୍ ହାଉସରେ ଥିବା ସୁରଜଙ୍କୁ ରଞ୍ଜନ ସେମାନଙ୍କୁ ହସ୍ତାନ୍ତର କରିଥିଲେ। ସୁରଜଙ୍କୁ ଖାଇବାକୁ ଦେଇ ଓ ନୂଆ ପ୍ୟାଣ୍ଟ ସାର୍ଟ ପିନ୍ଧାଇ ପରିବାର ଲୋକଙ୍କ ସହ ଛାଡିଥିଲେ। ବର୍ଷକ ପରେ ପରିବାର ଲୋକ ଓ ସୁରଜଙ୍କ ମଧ୍ୟରେ ସାକ୍ଷାତ ହୋଇଥିବାରୁ କିଛି ସମୟ ଉଭୟେ ଉଭୟଙ୍କୁ ଦେଖି ଭାବ ବିହ୍ୱଳ ପରିବେଷ ସୃଷ୍ଟି ହୋଇଥିଲା। ତେବେ ଉଭୟଙ୍କ ମଧ୍ୟରେ ପୁଣି ସମ୍ପର୍କର ସେତୁ ବାନ୍ଧି ଥିବା ରଞ୍ଜନଙ୍କ ଉଦ୍ୟମକୁ ଧର୍ମଶାଳା ଅଞ୍ଚଳରେ ପ୍ରଶଂସା କରାଯାଇଛି।

ପରିବାର ଲୋକଙ୍କ କହିବା ଅନୁଯାୟୀ, ତାଙ୍କ ଘର ଜାମସେଦପୁର ବାକବେଦା ଥାନା ନୟାବସ୍ତି ଅଞ୍ଚଳରେ। ସୁରଜ ଜଣେ ଚିତ୍ରକର। କିନ୍ତୁ ବର୍ଷକ ତଳେ ତାଙ୍କ ମୁଣ୍ଡ କୌଣସି କାରଣରୁ ଖରାପ ହୋଇଯିବାରୁ ତାଙ୍କୁ ରାଞ୍ଚି ମେଡ଼ିକାଲରେ ଆଡ଼ମିଶନ କରାଯାଇଥିଲା। ସେଠାରୁ ଭଲ ହୋଇ ଫେରିବା ପରେ ପୁଣି ସମାନ ସ୍ଥିତି। ସେବେଠାରୁ ଘର ଛାଡ଼ି ପଳାଇ ଆସିଥିଲେ ସୁରଜ। ଦୁଇ ତିନି ମାସ ବହୁ ଖୋଜାଖୋଜି କରିବା ପରେ ନିରାଶ ହୋଇଯାଇଥିଲେ। ସୁରଜ କୁ ଆଉ ପାଇବା ଆଶା ନଥିଲା ମନରେ। ରଞ୍ଜନଙ୍କ ପାଇଁ  ଆମେ ଆମ ପୁଅକୁ ଫେରି ପାଇଛୁ। ଭଗବାନ ହୋଇ ଠିଆ ହୋଇଛନ୍ତି ରଞ୍ଜନ ବୋଲି କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.