ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବାଙ୍କିମୁହାଣ ବ୍ରିଜ୍‌ର ସୁରକ୍ଷା ବାଡ଼କୁ ଧକ୍କା ଦେଇ ଜଳିଗଲା କାର୍‌, ଅଳ୍ପକେ ବର୍ତ୍ତିଲେ ଚାଳକ

Published By : Prameya | June 23, 2025 8:49 AM

ପୁରୀ,୨୩/୦୬: କାର୍‌ ଚାଳକ ଭାରସାମ୍ୟ  ହରାଇ ସିଟିରୋଡସ୍ଥିତ ବାଙ୍କିମୁହାଣ ବ୍ରିଜ୍‌ର ସୁରକ୍ଷା  ବାଡ଼କୁ ଜୋରରେ ଧକ୍କା ଦେଇଥିଲା । ଘଟଣାସ୍ଥଳରେ କାର୍‌ଟି ହୁତୁହୁତୁ ହୋଇ ଜଳିଥିଲା । ଖବରପାଇ  ଅଗ୍ନିଶମ ବିଭାଗର ସହକାରୀ କେନ୍ଦ୍ରାଧିକାରୀ ରାଜେନ୍ଦ୍ର  ସ୍ୱାଇଁ, ମୁଖ୍ୟ ଆଗ୍ନିକ ସୁଶାନ୍ତ ସାହୁ,ଆଗ୍ନିକ ପ୍ରିୟବ୍ରତ  ଶ୍ରୀଚନ୍ଦନ ଓ ଶ୍ରୀକାନ୍ତ ଦଳେଇ ଘଟଣାସ୍ଥଳରେ  ନିଆଁଙ୍କୁ ଆୟତ୍ତ କରିଥିଲେ । କାରଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । କାର ଚାଳକ ଗୁରୁତର ଆହତ ହୋଇ  ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସେ  ହେଲେ ଗଞ୍ଜାମ ଜିଲ୍ଲା ରମ୍ଭାର କହ୍ନେଇ ସ୍ୱାଇଁ  ।

ଜିଲ୍ଲା ଅତିରିକ୍ତ ଅଗ୍ନିଶମ ଅଧିକାରୀ  ପ୍ରଭାତ କୁମାର ରାଉତଙ୍କ କହିବାନୁଯାୟୀ,  ରବିବାର ରାତ୍ର ୮ଟା ୧୭ରେ ପେଣ୍ଠକଟାରୁ  ସୁଭାଷବୋଷ ଛକ ଅଭିମୁଖେ (ଓଡି-୦୭- ଏଭି-୮୯ ୩୬) କାରଟି ଆସୁଥିବାବେଳେ  ବାଙ୍କିମୁହାଣ ବ୍ରିଜ୍‌ ସୁରକ୍ଷା ବାଡ଼କୁ ଧକ୍କା ଦେଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.